୬ରେ ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦିଲ୍ଲୀ କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ତାରିଖ ଦିନ ୧୧ଟାରେ ଭୁବନେଶ୍ୱର ଫେରିବେ । ଓଡ଼ିଶାବାସୀଙ୍କ ସେବାରେ ୨୫ ବର୍ଷ ପୂରଣ ଓ ଦିଲ୍ଲୀରେ ଜୀବନବ୍ୟାପୀ ସାଧନା ନିମନ୍ତେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ସମ୍ମାନ ପରିପ୍ରେକ୍ଷୀରେ ବିମାନବନ୍ଦରରେ ନବୀନଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ବିଜେଡିର ଯୁବ, ଛାତ୍ର, ମହିଳା ସଂଗଠନର କର୍ମୀଙ୍କ ସମେତ ଦଳୀୟ ସାଂସଦ, ବିଧାୟକ ଓ କର୍ମକର୍ତ୍ତା ଯୋଗ ଦେବେ ।

ସମ୍ବର୍ଦ୍ଧନା ପରେ ମୁଖ୍ୟମନ୍ତ୍ରୀଙ୍କୁ ବିମାନବନ୍ଦରରୁ ନବୀନ ନିବାସ ଏକ ଶୋଭାଯାତ୍ରାରେ ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟର କୋଣ ଅନୁକୋଣରୁ ଦଳୀୟ କର୍ମୀ ଯୋଗଦେବେ ।

Share

Leave a Reply

Your email address will not be published. Required fields are marked *

2 × three =