କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ବାଧା ବିଘ୍ନ ଓ ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବାର ସାହସ ମିଳିବ । କର୍ମକ୍ଷେତ୍ରରେ ଦୃଢ ସମର୍ଥନ ପାଇବେ । ଆୟ ବ୍ୟୟ ସମାନ ରହିବ । ଗୃହ ନିର୍ମାଣାଦି ଶୁଭ କର୍ମ ଆରମ୍ଭ କରିପାରିବେ । ଧର୍ମ ନିଷ୍ଠା ବଢିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।


ବୃଷ – ଦୂର ଯାତ୍ରା କାର୍ଯ୍ୟକ୍ରମ ଯଥା ସମ୍ଭବ ସ୍ଥଗିତ ରଖିବା ଉଚିତ । ମାନସିକ ଅଶାନ୍ତି ବଢିବ । ବନ୍ଧୁମାନେ ବିରୁଦ୍ଧରେ ଯିବେ । ଉତ୍ସାହ ହ୍ରାସ ହେବ । ସାମାଜିକ କାର୍ଯ୍ୟରେ ନେତୃତ ଗ୍ରହଣ କରିବେ । ଅର୍ଥ ବୃତ୍ତିରେ ଉନ୍ନତିର ସମ୍ଭାବନା ଅଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।


ମିଥୁନ – ଉଦଯୋଗ ସିଦ୍ଧି ଓ ବ୍ୟୟ ମଧ୍ୟ ହେବ । ସନ୍ତାନମାନେ ଆଶ୍ୱସ୍ତି ପ୍ରଦାନ କରିବେ । ଅର୍ଥ ଆସିବ । କର୍ମକ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଲାଭ ହୋଇପାରେ । ଯାନବାହନ କ୍ରୟ କରିବାର ସୁଯୋଗ ପାଇବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।


କର୍କଟ – ସ୍ୱାର୍ଥପର ମନୋଭାବ ଦୁର କରି ପାରିଲେ । କର୍ମକ୍ଷେତ୍ରରେ ଶାନ୍ତି ଲାଭ କରିବେ । ଉଦ୍ୟମ ସଫଳ ହେବ । ଶୁଭ ଯୋଜନାକୁ କାର୍ଯ୍ୟ ରୂପ ଦେଇପାରିବେ । ମନୋମାଳିନ୍ୟର ଆପୋଷ ସମାଧାନ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।


ସିଂହ – ଶତ୍ରୁ ପରିବେଷ୍ଟିତ ହୋଇପାରନ୍ତି । ସାହସିକ ପଦକ୍ଷେପ ନେବା ଆବଶ୍ୟକ । ପ୍ରିୟ ପରିଜନରେ ଅପ୍ରିୟ ହେବେ । ଅର୍ଥ ଭାଗ୍ୟ ସନ୍ତୋଷଜନକ । ଅନ୍ୟକୁ ଦେଇଥିବା ପ୍ରତିଶ୍ରୁତି ରଖିବା କଷ୍ଟକର ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।


କନ୍ୟା – ଭୂମି ସମସ୍ୟା ଆସିପାରେ । ପରିବାରରେ ମନୋମାଳିନ୍ୟ, ବୁଝାମଣାରେ ବ୍ୟତିକ୍ରମ ଆସିବ । ବନ୍ଧୁମାନେ ସହଯୋଗ ଅପେକ୍ଷା ସ୍ୱାର୍ଥ ଭାବନାକୁ ଅଧିକ ଗୁରୁତ୍ୱ ଦେବେ । କର୍ମକ୍ଷେତ୍ରରେ ଉତ୍ସାହ ଓ ଅନୁପ୍ରେରଣା ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।


ତୁଳା – ମାନସିକ ସ୍ତରରେ ଅସ୍ଥିର ରହିବେ । ନିଷ୍ପତ୍ତି ନେବା ବିଳମ୍ବିତ ହେବ । ଉଦରପୀଡା ଓ ଗଣ୍ଠିବ୍ୟଥା ସମ୍ଭାବନା ଉଚ୍ଚବର୍ଗ ସହିତ ସୁସଂପର୍କ ରହିବ । ନୂତନ ଗୃହ ଯୋଜନା ପ୍ରସ୍ତୁତ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।


ବିଛା – ନିଜସ୍ୱ କ୍ଷେତ୍ରରେ ଆଶାବାଦୀ ହୋଇ କାମ କରିବେ । କିଛି ସଫଳତା ମିଳିବ । ଦେହ ଓ ମନରେ ସୁସ୍ଥ ରହିବେ । ଦୂର ଦୃଷ୍ଟି ରଖିପାରିବେ । ନିର୍ମାଣାଦି କର୍ମରେ ଅଗ୍ରଗତି , ଅନ୍ୟ ପାଇଁ ପ୍ରେରଣାର ଉତ୍ସ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।


ଧନୁ – ବିଭିନ୍ନ କ୍ଷେତ୍ରରେ ଆଶାବାଦୀ ହୋଇ କାମ କରିବେ । କିଛି ସଫଳତା ମିଳିବ । ଦେହ ଓ ମନରେ ସୁସ୍ଥ ରହିବେ । ଦୂର ଦୃଷ୍ଟି ରଖିପାରିବେ । ନିର୍ମାଣାଦି କର୍ମରେ ଅଗ୍ରଗତି ଓ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।


ମକର – କର୍ମ କ୍ଷେତ୍ରରେ ମାନ ସମ୍ମାନ ରକ୍ଷା କରିପାରିବେ । ଧର୍ମାନୁରକ୍ତି ବଢିବ । ନିଜ ପରିସର ବାହାରେ କାର୍ଯ୍ୟ କରି ଆତ୍ମ ସନ୍ତୋଷ ଲାଭ କରିବେ । ସତ ବାଟରେ ବ୍ୟୟ ହେବ । ପ୍ରତିଯୋଗିତାରେ ବିଜୟୀ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।


କୁମ୍ଭ – ଅଧିକ କାମ ନିଜ ଉପରେ ରଖି ବ୍ୟତିବ୍ୟସ୍ତ ହେବେ । ନିର୍ମାଣମୂଳକ କାର୍ଯ୍ୟ ଆଗେଇବ । ପରିବାରରୁ ଅସହଯୋଗି ଓ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଲକ୍ଷ୍ୟ ପୂରଣ କରିପାରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।


ମୀନ – କର୍ମ ପ୍ରେରଣା ଅବ୍ୟାହତ ରହିବ । ନୂତନ ସଂସ୍ଥା ବା ସଂଗଠନ ନିଜର ଦାୟିତ୍ୱରେ ରଖିବେ । ଅର୍ଥାଗମ ହେବ । ସୁପଥରେ ବ୍ୟୟ ମଧ୍ୟ ହେବ । ସାମାଜିକ କ୍ଷେତ୍ରରେ ସମ୍ମାନ ମିଳିବ । ଯାନବାହନରେ ସନ୍ତୁଷ୍ଟ ରହିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

Share

Leave a Reply

Your email address will not be published. Required fields are marked *

five × three =