ୱାସିମ ଜାଫର ହେଲେ ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ

କଟକ: ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର । ତାଙ୍କୁ ଆଜି କୋଚଭାବେ ନିଯୁକ୍ତ କରାଯାଇଥିବା ନେଇ ଓସିଏ ପକ୍ଷରୁ ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଜାଫର ବାଲାଂଦେଶର ବ୍ୟାଟିଂ କୋଚ ଥିଲେ । ୪୩ ବର୍ଷୀୟ ୱାସିମ ୩୧ଟି ଟେଷ୍ଟ ଏବଂ ଦୁଇଟି ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତେବେ ଫାଷ୍ଟକ୍ଲାସ କ୍ରିକେଟରେ ତାଙ୍କର ବେଶ ନାମ ରହିଛି । ତେବେ ସେ ଓଡ଼ିଶାର ମୁଖ୍ୟ କୋଚ ହେବାପରେ ଦଳ ରଣଜିଟ୍ରଫିର ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

four × three =