ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ ।ଆଇପିସି ଧାରା ୧୨୧ ଦେଶଦ୍ରୋହ ମାମଲାରେ ସବ୍ୟସାଚୀଙ୍କୁ ଦଣ୍ଡାଦେଶ ଦିଆଯାଇଛି । ଏହାଛଡ଼ା ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଦେଶଦ୍ରୋହ ମାମଲାରେ ତାଙ୍କୁ ଅଦାଲତ ଏହି ଦଣ୍ଡ ଶୁଣାଇଛନ୍ତି। ଦଣ୍ଡାଦେଶ ନେଇ ସୂଚନା ଦେଇଛନ୍ତି ସକରାରୀ ଓକିଲ ଜ୍ଞାନେନ୍ଦ୍ର ଜେନା । ୨୦୧୪ ଜୁଲାଇ ୧୭ ତାରିଖରେ ସବ୍ୟସାଚୀ ପଣ୍ଡାଙ୍କୁ ପୁଲିସ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ମଙ୍ଗଳବାରମ୍ ପେଟା ସାହିରେ ଥିବା ତାଙ୍କ ଭଡ଼ା ଘରୁ ଗିରଫ କରିଥିଲା ।

Share

Leave a Reply

Your email address will not be published. Required fields are marked *

two × 5 =