ଆସନ୍ତାକାଲିଠୁ ‘ମୋ ସରକାର’ କାର୍ୟ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର()  ଆସନ୍ତାକାଲିଠୁ ସହିଦ ନଗରଥାନାରୁ ‘ମୋ ସରକାର’ର କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । । କାଲି ନବୀନ ସହିଦ ନଗର ଥାନା ଏବଂ କ୍ୟାପିଟାଲ ହସ୍ପିଟାଲରରୁ ହିଁ ଅଭିଯୋଗକାରୀ ଓ ରୋଗୀଙ୍କ ସହ ଫୋନରେ କଥା ହେବେ ।ଆଉ ସେମାନଙ୍କ ଠାରୁ ଥାନା ଓ ଡାକ୍ତରଖାନା ବାବଦରେ ମତାମତ ନେବେ ମୁଖ୍ୟମନ୍ତ୍ରୀ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା. ପୂର୍ବରୁ ‘ମୋ ସରକାର’ କାର୍ୟ୍ୟକ୍ରମର ମୂଳ ଲକ୍ଷ୍ୟ କ’ଣ ସେ ବିଷୟରେ ବାରମ୍ବାର ପ୍ରଶାସନିକ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମନ୍ତ୍ର ଦେଇଛନ୍ତି ନବୀନ । ତେବେ ଲୋକଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ସବୁବେଳେ ସଜାଗ ରହିଥିବା ବିଭାଗ ଯଥା, ଥାନା ଏବଂ ଡାକ୍ତରଖାନାକୁ କିଭଳି ଅଧିକ ଲୋକାଭିମୂଖୀ କରାଯାଇ ପାରିବ ସେନେଇ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ‘ମୋ ସରକାର’ ଯୋଜନାର ସଫଳ ରୂପାୟନ ପାଇଁ ‘୫-ଟି’ ମନ୍ତ୍ରକୁ ଅନୁକରଣ କରି କାର୍ୟ୍ୟ କରିବାକୁ ‘୫-ଟି’ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ୍ ପୂର୍ବରୁ ପୋଲିସ୍ ବିଭାଗ ସହ ସରକାରୀ ଅଧିକାରୀଙ୍କୁ କହିଥିଲେ । ଲୋକମାନେ କିଭଳି ସଙ୍କୋଚ ନକରି ତାଙ୍କ ସମସ୍ୟା ଥାନାକୁ ଆସି ଜଣାଇବେ ତାହାକୁ ଗୁରୁତ୍ୱ ଦେବାକୁ କହିଥିଲେ ୫-ଟି ସଚିବ ।

ସେପଟେ ବର୍ତ୍ତମାନ ସୁଦ୍ଧା ‘ମୋ ସରକାର’ କାର୍ୟ୍ୟକ୍ରମ ପୂର୍ବରୁ ପୋଲିସ ପ୍ରସ୍ତୁତ କରିଥିବା ରିପୋର୍ଟ କାର୍ଡକୁ ନେଇ ପୋଲିସ କମିଶନର କହିଛନ୍ତି କି, ରିପୋର୍ଟ କାର୍ଡରେ ୮ ଟି ମାନଦଣ୍ଡ ଅଛି । ଲିକର ସ୍କେଲ ବୈଜ୍ଞାନିକ ଶୈଳୀରେ ବ୍ୟବହାର କରାଯାଉଛି । ପୋଲିସର ବ୍ୟବହାରକୁ ୮ ଟି ଭାଗରେ ଭାଗ କରାଯାଇଛି । ‘ମୋ ସରକାର’ ଯୋଜନାରେ ଲୋକଙ୍କ ଫିଡ଼ବ୍ୟାକ ଭଲ ଅଛି । ଏବେସୁଧା ୫ ହଜାର ଲୋକଙ୍କ ଫିଡ଼ବ୍ୟାକ ନେଇଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

9 − 1 =