ନୂଆଖାଇ ପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ

ବଲାଙ୍ଗୀର: ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପଟେମ୍ବର 11 ତାରିଖ ଶନିବାର ଦିନ ନୂଆଖାଇ ଏଠି ପାଳନ କରାଯିବ । ତେବେ ବଲାଙ୍ଗୀର ଜିଲ୍ଲାର ନୂଆଖାଇ ନିର୍ଣ୍ଣାୟକ କମିଟି ନୂଆଖାଇ ଲଗ୍ନ ଧାର୍ଯ୍ୟ କରିଛି। ବଲାଙ୍ଗୀର: ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର 11 ତାରିଖ ଶନିବାର ଦିନ ନୂଆଖାଇ ଏଠି ପାଳନ କରାଯିବ । ତେବେ ବଲାଙ୍ଗୀର ଜିଲ୍ଲାର ନୂଆଖାଇ ନିର୍ଣ୍ଣାୟକ କମିଟି ନୂଆଖାଇ ଲଗ୍ନ ଧାର୍ଯ୍ୟ କରିଛି । ଆସନ୍ତା ଭାଦ୍ରବ ଶୁକ୍ଳ ପକ୍ଷ ବିଶୁଦ୍ଧ ତୁଳା ଲଗ୍ନ ମିଥୁନ ନବାମାଂସ ସକାଳ ସମୟ 10 ଘଟିକା 19 ମିନିଟରୁ 10 ଘଟିକା 40 ମିନିଟ ମଧ୍ୟରେ ନୂଆଖାଇର ଅନ୍ନ ପ୍ରସାଦ ଭଗବାନଙ୍କଠାରେ ଲାଗି ହେବ।ପ୍ରଥମେ ମା’ ସମଲେଇ ଓ ମା’ ପାଟନେଶ୍ୱରୀ ତଥା ସବୁ ଇଷ୍ଟ ଦେବାଦେବୀଙ୍କ ଠାରେ ନୂଆ ଅନ୍ନରେ ପ୍ରସ୍ତୁତ ପ୍ରସାଦ ଲାଗି ହେବ । ଏବଂ ଏହାପରେ ରାଜାଠୁ ପ୍ରଜା ସମସ୍ତେ ନୂଆ ଖାଇବେ । ଏହି ନୂତନତ୍ଵର ପର୍ବରେ ଚାଷୀ ତାର ଅମଳ କରିଥିବା ଶସ୍ୟକୁ ପ୍ରଥମେ ଭଗବାନଙ୍କଠାରେ ଲାଗି କରିବା ପରେ ନିଜେ ନୂଆ ଶସ୍ୟ ଆହରଣ କରିଥାଏ । ଏବଂ ସବୁ ନୂଆ ଏଥିରେ ଖଞ୍ଜି ଧୁମଧାମରେ ଏହି ପର୍ବ ପାଳନ ହୋଇଥାଏ।ତେବେ ଏହାର ଲଗ୍ନ ସ୍ଥିର ହେବା ପରେ ସମସ୍ତଙ୍କ ମଧ୍ୟ ଉତ୍ସାହ ଭରି ଯାଇଛି । ଏବଂ ସମସ୍ତେ ଏବେଠୁଁ ପ୍ରସ୍ତୁତି ପାଇଁ ଲାଗି ପଡିଛନ୍ତି।

Share

Leave a Reply

Your email address will not be published. Required fields are marked *

15 + seventeen =