ଉଦ୍ଧାର ହେଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ବେଙ୍ଗାଲୁରୁ()  ଶୁକ୍ରବାର ଦିନ କଂଗ୍ରେସ ନେତା ରେଶମା ପାଡେକନୁରାଙ୍କ ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର ହୋଇଛି । ପୂର୍ବରୁ ବିଜୟପୁରା ଜେଡିଏସର ଅଧ୍ୟକ୍ଷ ଥିବା ରେଶମା ବର୍ତ୍ତମାନ କଂଗ୍ରେସ ପାଇଁ ସକ୍ରିୟ ଭାବେ କାମ କରୁଥିଲେ ।

୨୦୧୩ରେ ରେଶମା ଜେଡିଏସ୍ ଟିକେଟ୍ ରେ ବିଧାନସଭା ନିର୍ବାଚନ ମଧ୍ୟ ଲଢିସାରିଥିଲେ । ୨୦୧୮ରେ ବିଧାନସଭା ନିର୍ବାଚନରେ ଟିକେଟ୍ ନମିଳିବାରୁ କଂଗ୍ରେସ ଦଳରେ ଯୋଗଦେଇଥିଲେ । ମାମଲା ଦାୟର ପରେ କୋହ୍ଲର ପୋଲିସ ଘଟଣା ତଦନ୍ତ ଜାରି ରଖିଛି ।

ପୋଲିସର ସୂଚନା ଅନୁସାରେ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି ଯେ, ରେଶମାଙ୍କୁ କେହି ହତ୍ୟା କରିଥାଇପାରେ । ଯାଞ୍ଚ ପରେ ଘଟଣା ସ୍ପଷ୍ଟ ଜଣାପଡିବ ।

Share

Leave a Reply

Your email address will not be published. Required fields are marked *

3 × two =