ପ୍ରେମ ହେଲା କାଳ

ରାୟଗଡ଼ା: ପ୍ରେମ ମଣିଷର ଜୀବନ ବଞ୍ଚାଇପାରେ ଆଉ ଜୀବନ ନେଇବି ପାରେ । ତେବେ ଏହି ପ୍ରେମ ପାଇଁ ଅନେକଙ୍କ ଜୀବନ ଯାଇଥିବାର ମଧ୍ୟ ନଜିର ରହିଛି । ବନ୍ଧୁ ଭଳି ପବିତ୍ର ଶବ୍ଦରେ ଶେଷରେ ଲାଗିଛି କଳଙ୍କର ଛିଟା । ପ୍ରେମ ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ପୋଙ୍ଗିଲି ଅଂଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ରୁମାନ ତ୍ତବଗର୍ତ୍ତି ବିକାଶ ଭଟ୍ଟ ଓ ପ୍ରଶାନ୍ତ ବଗର୍ତ୍ତି ସହ ମିଶି ଉମାକାନ୍ତ କାଣ୍ଡଙ୍କୁ ହତ୍ୟା କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ଘର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଂଚଳରେ ବୋଲି ସୂଚନା ମିଳିଛି ।

ପୋଲିସ ସୂଚନା ଅଭୁଯାୟୀ, ରୁମାନ ଏବଂ ଉମାକାନ୍ତ ଉଭୟ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଯୁବତୀ ଜଣଙ୍କ ଉମାକାନ୍ତଙ୍କ ସହ ଅଧିକ ମିଶାମିଶି କରିବା ସହ ଫୋନରେ କଥା ହେଉଥିଲେ । ଯାହାକୁ ନେଇ ଚିନ୍ତାରେ ରହିଥିଲା ରୁମାନ । ସାଙ୍ଗକୁ ରାସ୍ତାରୁ ହଟାଇବା ଲାଗି କରୁଥିଲା ଯୋଜନା । ଆଉ ରାୟଗଡ଼ା ଆସିବା ପରେ ଉମାକାନ୍ତଙ୍କୁ ଡାକିଥିଲା ରୁମାନ । ସାଙ୍ଗ କଥାରେ ବିଶ୍ୱାସ କରି ରାୟଗଡ଼ା ଆସିଥିଲେ ଉମାକାନ୍ତ ।

ତେବେ ସେଠାରେ ପୂର୍ବ ଯୋଜନା ମୁତାବକ ପ୍ରଶାନ୍ତ ଏବଂ ବିକାଶ ରହିଥିଲେ । ସମସ୍ତେ ମିଶି ସେଠାରେ ମଦ ପିଇଥିଲେ । ପରେ ଉମାକାନ୍ତ ଏବଂ ରୁମାନ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକି ଶେଷରେ ଉଗ୍ରରୂପ ଧାରଣ କରିଥିଲା । ଯୋଜନା ମୁତାବକ ତିନିଜଣ ମିଶି ଉମାକାନ୍ତଙ୍କୁ ହତ୍ୟା କରିଥିଲେ । ପରେ ମୃତଦେହକୁ କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତ ଘୋଡ଼ାନାଳ ଡ୍ୟାମ ନିକଟରେ ପୋତିବା ସହ ମୃତଦେହ ଉପରେ ପଥର ଘୋଡାଇ ପଳାଇ ଆସିଥିଲେ । ଗତ ୧୧ ତାରିଖରେ ମୃତକଙ୍କ ପରିବାର ପୁଅର ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରିବା ପରେ ସବୁ ସତ ପଦାକୁ ଆସିଥିବା ଜଣାପଡିଛି । ତେବେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଲାଗି ମୃତକଙ୍କ ପରିବାର ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × two =