ଲକଡାଉନରେ ଦୋକାନ ଖୋଲିଲେ, ମୋଟା ଅଙ୍କର ଫାଇନ୍ ଦେଲେ

ଉମରକୋଟ: ଘରେ ରୁହନ୍ତୁ ସୁସ୍ଥ ରହୁନ୍ତୁ । ଏଭଳି ନାରା ଦେଇ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ସରକାର ଏବଂ ପ୍ରଶାସନ । ଦେଶରେ ଯେଭଳି ପୁଣିଥରେ କରୋନାର କାୟା ବିସ୍ତାର ହେବାରେ ଲାଗିଛି ସମସ୍ତଙ୍କ ମନରେ ଭୟ ପଶିଯାଇଛି । ତେବେ କରୋନା କଟକଣାକୁ କିଛି ଅମାନିଆ ଫୁ କରିଦେଉଥିବା ଦେଖିବାକୁ ମିଳିଛି । ଲକଡାଉନରେ ଉମରକୋଟ ସହରରେ ଦୋକାନ ଖୋଲି ବେପାର କରୁଥିଲେ । ଦୁଇଜଣ ଅମାନିଆ ଦୋକାନୀଙ୍କଠାରୁ ୧୫ହଜାର ଟଙ୍କା ଜୋରିମାନା କାଟିଥିବା ବେଳେ ଏକ ମୋବାଇଲ ଦୋକାନକୁ ସିଲ କରିଛି ଉମରକୋଟ ପ୍ରଶାସନ ।

ଅମାନିଆଁଙ୍କା ସାବାଡ଼ କରିବା ଲାଗି ଉମରକୋଟ ସହରରେ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ କରାଯାଉଛି । ଲୋକଙ୍କୁ ସଚେତନ କରିବା ଲାଳଗି ମଧ୍ୟ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ଏହାରି ଭିତରେ କିଛି ଅମାନିଆ ବ୍ୟବସାୟୀ ଦୋକାନ ଖୋଲୁଛନ୍ତି । ଏମାନଙ୍କୁ ସାବାଡ କରିବା ଲାଗି ମୋଟା ଅଙ୍କର ଫାଇନ କାଟୁଛି ପ୍ରଶାସନ । ଉମକୋଟର ଅତିରିକ୍ତ ତହସିଲଦାର ରମେଶଚନ୍ଦ୍ର ପୂଜାରୀ ଏବଂ ଥାନା ଅଧିକାରୀ ନରେଶ ପ୍ରଧାନ ଉପସ୍ଥିତ ଥିଲେ । ଆଗାମୀଦିନରେ ଯେଉଁମାନେ କୋଭିଡ ନିୟମ ଏଭଳି ଅବମାନନା କରିବେ ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ କଟାଯିବ ବୋଲି ସୂଚନା ଦେଇଛି ପ୍ରଶାସନ ।

Share

Leave a Reply

Your email address will not be published. Required fields are marked *

eleven + 9 =