ଗାନ୍ଧୀ ଜୟନ୍ତୀ ଅବସରରେ ମାସେବ୍ୟାପି ସମାଜସେବା କରିବ ବିଜେଡି

ଭୁବନେଶ୍ୱର: ଆଜି ହେଉଛି ଜାତିର ପିତା ବାପୁଜୀଙ୍କ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠୁଛି ଉତ୍ସବ ମୁଖର । ବାପୁଙ୍କ ତ୍ୟାଗ ସବୁଦିନ ଲାଗି ଚିରସ୍ମରଣୀୟ ହୋଇ ରହିବ । ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ଶାସକ ଦଳ ବିଜେଡି ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ବାପୁ ଯେଭଳି ସେବା ଏବଂ ତ୍ୟାଗ କରି ସମସ୍ତଙ୍କ ହୃଦୟରେ ରହିଛନ୍ତି ସେହିଭଳି ତାଙ୍କ ଜୟନ୍ତୀ ଅବସରରେ ବିଜେଡି ସୁପ୍ରିମୋ କହିଛନ୍ତି କି ମାସେବ୍ୟାପି ଚାଲିବ ସମାଜସେବା କାର୍ଯ୍ୟକ୍ରମ । ସମାଜସେବା ମାଧ୍ୟମରେ ଶ୍ରମଦାନର ମହତ୍ତ୍ୱ ଘରେ ଘରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି ବିଜେଡି । ସ୍ୱଚ୍ଛତା ରକ୍ଷା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରମ ଦ୍ୱାରା ଶିକ୍ଷାନୁଷ୍ଠାନ, ରାସ୍ତାଘାଟ, ସୁବିଧା କେନ୍ଦ୍ରକୁ ସଫା କରିବାକୁ ଦଳ ନିଷ୍ପତ୍ତି ନେଇଛି । ରକ୍ତଦାନ କାର୍ୟ୍ୟକ୍ରମମାନ ମଧ୍ୟ ଆୟୋଜନ କରିବ ବିଜେଡି ।

Share

Leave a Reply

Your email address will not be published. Required fields are marked *

5 × 4 =