ରାଜ୍ୟରେ ଆଜି ୮୭୩୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମିବାର ନା ଧରୁନି ସଂକ୍ରମଣ ।କିଛି ଦିନ ହେବ ରାଜ୍ୟରେ ସାମାନ୍ୟ ମାତ୍ରାରେ ସଂକ୍ରମଣ କମିଥିବା ସମୟରେ ଆଜି ପୁଣି ଥରେ ବଢ଼ିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୬୪୯୯୭ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୪୩ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୮୯୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୨ଜଣ, ଅନୁଗୁଳ ଜିଲ୍ଲାରୁ ୪୫୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୯ଜଣ, ବୌଦ୍ଧ ଜିଲ୍ଲାରୁ ୧୩୭ଜଣ, କଟକ ଜିଲ୍ଲାରୁ ୬୭୩ଜଣ, ଦେଓଗଡ଼ ଜିଲ୍ଲାରୁ ୬୩ଜଣ,ଜଗତସିଂହପୁର ଜିଲ୍ଲାରୁ ୩୮୨ଜଣ, ଯାଜପୁର ଜିଲ୍ଲାରୁ ୫୦୭ଜଣ, ବାଲେଶ୍ୱର ଜିଲ୍ଲାରୁ ୫୬୬ଜଣ, ବରଗଡ଼ ଜିଲ୍ଲାରୁ ୧୯୩ଜଣ, ଭଦ୍ରକ ଜିଲ୍ଲାରୁ ୧୪୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୦୩ଜଣ, ଗଜପତି ଜିଲ୍ଲାରୁ ୮୦ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଝାରସୁଗୁଡ଼ା ଜିଲ୍ଲାରୁ ୧୫୭ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭୭ଜଣ,ମୟୁରଭଞ୍ଜ ଜିଲ୍ଲାରୁ ୩୪୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୬୪ଜଣ, କନ୍ଧମାଳ ଜିଲ୍ଲାରୁ ୬୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୮୭ଜଣ, ମାଲକାନଗିରି ଜିଲ୍ଲାରୁ ୯୬ଜଣ, ନୟାଗଡ଼ ଜିଲ୍ଲାରୁ ୨୮୫ଜଣ,କେନ୍ଦୁଝର ଜିଲ୍ଲାରୁ ୧୭୯ଜଣ, କୋରପୁଟ ଜିଲ୍ଲାରୁ ୨୫୫ଜଣ, ନୂଆପଡ଼ା ଜିଲ୍ଲାରୁ ୪୦ଜଣ, ପୁରୀ ଜିଲ୍ଲାରୁ ୪୬୭ଜଣ, ରାୟଗଡ଼ା ଜିଲ୍ଲାରୁ ୯୦ଜଣ, ସମ୍ବଲପୁର ଜିଲ୍ଲାରୁ ୧୭୭ଜଣ, ସୋନପୁର ଜିଲ୍ଲାରୁ ୧୫୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୪୪ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୨୦ଜଣ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × four =