ପିତାଙ୍କ ପୁରୁଣା ଫଟୋ ପୋଷ୍ଟ କଲେ ସିଦ୍ଧୁ

ଅମୃତସର: ପୁରୁଣା ଫଟୋକୁ ସେୟାର କରିଛନ୍ତି ସିଦ୍ଧୁ । ପଞ୍ଜାବର ପିସିସି ସଭାପତି ହେବା ପରେ କାମ ଆରମ୍ଭ କରିଛନ୍ତି ନବଜୋତସିଂ ସିଦ୍ଧୁ । ପଞ୍ଜାବ କଂଗ୍ରେସରେ ଗୁରୁ ଦାୟିତ୍ୱ ପାଇବା ପରେ ନବଜୋତ ସିଂ ସିଦ୍ଧୁ ନିଜସ୍ୱ ଶୈଳୀରେ କାମ ଆରମ୍ଭ କରିଛନ୍ତି । ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରିଥିବାରୁ ମୁଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟରେ ଋଣୀ । ଏହି ଅବସରରେ ସେ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ସହ ତାଙ୍କ ବାପାଙ୍କ ଫଟୋ ଶେୟାର କରିଛନ୍ତି । ପଞ୍ଜାବ ମଡେଲ ଓ ହାଇକମାଣ୍ଡଙ୍କୁ ୧୮ ସୂତ୍ରୀ ଏଜେଣ୍ଡା ମାଧ୍ୟମରେ ମୁଁ କାର‌୍ୟ୍ୟ କରିବି । ଜିତେଗା ପଞ୍ଜାବ ମିଶନ ମାଧ୍ୟମରେ ମୁଁ ଲୋକଙ୍କୁ ସେମାନଙ୍କ ପ୍ରକୃତ କ୍ଷମତା ପ୍ରଦାନ କରିବି । ଜଣେ ଦଳୀୟ କର୍ମକର୍ତା ଭାବେ ମୋ ଦ୍ୱାରା ଯାହା କିଛି ହେବ ମୁଁ କରିବି ବୋଲି ସିଦ୍ଧୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − twelve =