୭ଦିନ ପାଇଁ ହେବ ବୁଢୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁର: ଚଳିତ ବର୍ଷ ହେବ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ଅନୁମତି ଦେଇଛନ୍ତି ବିଇଏମସି କମିଶନର ଡା.ସିଦ୍ଧେଶ୍ୱର ବଳିରାମ ବୋନ୍ଦର । ଏନେଇ ସେ ଟ୍ୱିଟ୍ ଯୋଗେ ଅବଗତ କରାଇଛନ୍ତି । ତେବେ ୭ ଦିନ ଧରି ଏହି ଯାତ୍ରା କରିବାକୁ ଅନୁମତି ଦେଇଛି ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ପାଳନ କରି ୭ ଦିନ ମଧ୍ୟରେ ଯାତ୍ରା ସାରିବାକୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିଇଏମସି କମିଶନର । ଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ, ଅନୁମତି ମିଳିବା ପରେ ବ୍ରହ୍ମପୁରବାସୀ ଖୁସି ପ୍ରକାଶ କରିଛନ୍ତି ।

ପଣ୍ଡିତଙ୍କ ତାରିଖ ଘୋଷଣା ପରେ ମା’ଙ୍କ ମନ୍ଦିର ଅର୍ଥାତ ଶାଶୂ ଘରକୁ ଯାଇ ନିମନ୍ତ୍ରଣ କରାଯିବା ପରେ ସ୍ଥାପନ ହେବ ଶୁଭଖୁଣ୍ଟି । ତେବେ କୋଭିଡ୍ ଗାଇଡଲାଇନ୍ ମାନି ଯାତ୍ରା କମିଟି ସମ୍ପନ୍ନ ହେବ । ଯାତ୍ରା ପାଇଁ କୌଣସି ବିରାଟ ପଟୁଆରକୁ ମନା କରାଯାଇଥିବା ବଳେ ଅସ୍ଥାୟୀ ମନ୍ଦିରରେ ସାମାଜିକ ଦୂରତା ରଖି ଶ୍ରଦ୍ଧାଳୁ ଦର୍ଶନ କରିବେ । ତେବେ ଜିଲ୍ଲା ବ୍ୟତୀତ ବାହାର ରାଜ୍ୟର କୌଣସି ଭକ୍ତଙ୍କୁ ଆସିବାକୁ ବାରଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

twelve − eleven =