ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି


ରାଉରକେଲା: ରାଉରକେଲାରେ ପହଁଚଛନ୍ତି ରାଷ୍ଟ୍ରପତି । ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ପହଁଚିବା ପରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେଠାରୁ ରାଉରକେଲା ଗସ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି । ରାଉରକେଲା ଗସ୍ତ କାଳରେ ପ୍ରଥମେ ରାଉରକେଲା ଏନଆଇଟିର ୧୮ ତମ ସମାବର୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ମୋଟ୍ ୧୪୭୦ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ ରାଷ୍ଟ୍ରପତି ।

ଏମାନଙ୍କ ମଧ୍ୟରେ ୭୫୩ ବିଟେକ୍ ସ୍ନାତକ, ୫୯୯ ଏମଟେକ୍, ୧୧୮ ଜଣ ପିଏଚଡି ଧାରୀ ରହିଛନ୍ତି । ବିଶେଷ ଉକ୍ରର୍ଷତା ପାଇଁ ୧୧ ଜଣଙ୍କୁ ଗୋଲଡ ମେଡାଲ ଓ ୭୦ ଜଣଙ୍କୁ ସିଲଭର ମେଡାଲ ପ୍ରଦାନ କରାଯିବ । ଏଥି ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ୮ ଜଣ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ୱତନ୍ତ୍ର ଭାବେ ସଂବର୍ଧିତ କରିବେ । ରାଉରକେଲା ଏନଆଇଟି ସମାବର୍ତନ ଉତ୍ସବ ପରେ ରାଷ୍ଟ୍ରପତିଙ୍କର ବିଶ୍ରାମ କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

4 + five =