ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ବିକାଶ ଦୁବେର ମୃତ୍ୟୁ

ଉତରପ୍ରଦେଶ ପୋଲିସ ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ବିକାଶ ଦୁବେ ନିହତ । ପୋଲିସ ଗୁଳିରେ ବିକାଶର ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏନକାଉଁଟର ପରେ ବିକାଶକୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଉତରପ୍ରଦେଶ ପୋଲିସର ସ୍ପେଶାଲ ଟ୍ୟାକ୍ସ ଫୋର୍ସ ବିକାଶ ଦୁବେକୁ ଉଜ୍ୱୟନରୁ କାନପୁର ଆଣୁଥିବାବେଳେ ସେ ବସିଥିବା ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିଲା । ଏହାର ସୁଯୋଗ ନେଇ ଖସି ଯିବାକୁ ଉଦ୍ୟମ କରିବା ସହ ବନ୍ଧୁକ ଛଡାଇ ନେଇ ପୋଲିସ ଉପରକୁ ଗୁଳି କରିଥିଲା ବିକାଶ । ଏହାର ଜବାବରେ ପୋଲିସ ବିକାଶ ଉପରକୁ ଗୁଳି ଚଳାଇଥିଲା । ଏଥିରେ ବିକାଶ ଗୁରୁତର ଭାବେ ଆହତ ହୋଇଥିଲା । ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା । ଆଜି ସକାଳ ପ୍ରାୟ ୭ ଟାବେଳେ କାନପୁର ଟୋଲପ୍ଲାଜାଠାରୁ ୨୫ କିଲୋମିଟର ଦୂର ବାରାଠାରେ ଦୁର୍ଘଟଣା ଘଟିଥିଲା । ଏଥିରେ ଏସଟିଏଫର ଜଣେ ସବଇନିସପେକ୍ଟର ଓ ୨ଜଣ କନେଷ୍ଟବଳ ଆହତ ହୋଇଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

thirteen − 3 =