ଦୁଇଟି ମ୍ୟାଚ୍ରୁ ବ୍ୟାନ୍ ହେବେ ପାଣ୍ଡ୍ୟା ଓ ରାହୁଲ କାରଣ ଜାଣନ୍ତୁ…

କଫି ପି’ ଫିଲ୍ମ ନିର୍ମାତା କରନ୍ ଜୋହରଙ୍କ ଶୋ’ରେ ଚାଟ୍ କରିବା ଏବେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପନର୍ କେଏଲ୍ ରାହୁଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମହିଳାଙ୍କ ସମ୍ପର୍କରେ ଅରୁଚିକର ଓ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ପାଣ୍ଡ୍ୟା ବାରମ୍ବାର କ୍ଷମା ମାଗିଥିଲେ ହେଁ ଏହାକୁ ବିସିସିଆଇ ଆଦୌ ଗ୍ରହଣ କରିନାହିଁ।
ବିସିସିଆଇର ସିଓଏ ଅଧ୍ୟକ୍ଷ ବିନୋଦ ରାୟ ଉଭୟ ପାଣ୍ଡ୍ୟା ଓ ରାହୁଲଙ୍କୁ ଦୁଇଟି ଦିନିକିଆ ମ୍ୟାଚ୍ରେ ବ୍ୟାନ୍ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ପରେ ଅନ୍ୟତମ ସିଓଏ ସଦସ୍ୟ ଡାଏନା ଏଡୁଲଜି ଏହାକୁ ବିସିସିଆଇର ଲିଗାଲ ସେଲ୍ ନିକଟକୁ ପଠାଇଛନ୍ତି। ଲିଗାଲ ସେଲ୍ ଏଭଳି ବ୍ୟାନ୍ ପ୍ରସ୍ତାବର ଆଇନ୍ଗତ ଦିଗ ଉପରେ ସମୀକ୍ଷା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବ।
ଏଭଳି ଅପମାନଜନକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବାରୁ ବିସିସିଆଇ ଉଭୟ ରାହୁଲ ଓ ପାଣ୍ଡ୍ୟାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏନେଇ ହାର୍ଦ୍ଦିକ ଅଷ୍ଟ୍ରେଲିଆରୁ ଚିଠି ଲେଖି କ୍ଷମା ମାଗିଥିଲେ। ତେବେ ଏଭଳି କାରଣ ଦର୍ଶାଅ ଓ କ୍ଷମା ଆବେଦନରେ ବିସିସିଆଇ ସନ୍ତୁଷ୍ଟ ହୋଇନାହିଁ।
ବିନୋଦ ରାୟ କହିଛନ୍ତ, “ ପାଣ୍ଡ୍ୟାଙ୍କ ଜବାବରେ ମୁଁ ସନ୍ତୁଷ୍ଟ ହୋଇନାହିଁ। ମୁଁ ଏହି ଦୁଇ ଖେଳାଳିଙ୍କୁ ଦୁଇଟି ଦିନିକିଆ ମ୍ୟାଚ୍ରୁ ବ୍ୟାନ୍ କରିବାକୁ ପ୍ରସ୍ତାବ ଦେଇଛି। ତେବେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଡାଏନା ଏଡୁଲଜି ନେବେ। ଡାଏନାଙ୍କ ନିଷ୍ପତ୍ତି ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡାଏନା ଏହି ଦୁଇ ଖେଳାଳିଙ୍କୁ ବ୍ୟାନ୍ କରିବା ପାଇଁ କୌଣସି ଆଇନ୍ଗତ ଦିଗ ଅଛି କି ନାହିଁ, ତା’ର ତର୍ଜମା କରୁଛନ୍ତି। ମୋ ମତରେ ଉଭୟ ଖେଳାଳି ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଅରୁଚିକର, ନିନ୍ଦନୀୟ ଓ ଅପମାନଜନକ।”

Share

Leave a Reply

Your email address will not be published. Required fields are marked *

2 × four =