ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ଦିନିକିଆ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ । ଭାରତ ୧-୦ରେ ସିରିଜ୍‌ ଆଗୁଆ ଥିବାରୁ ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚେଷ୍ଟା କରିବ । ସେହିପରି ୱେଷ୍ଟଇଣ୍ଡିଜ୍‌ ଦଳ ମ୍ୟାଚ୍‌ ଜିତି ସିରିଜ୍‌ ବରବାର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ବର୍ଷା ଯୋଗୁ ପ୍ରଥମ ଦିନିକିଆ ବାତିଲ ହୋଇଥିଲା । ଦ୍ୱିତୀୟ ଦିନିକିଆକୁ ୫୯ ରନ୍‌ରେ ଜିତିଥିଲା ଟିମ୍‌ ଇଣ୍ଡିଆ । ତେଣୁ ଆଜିର ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଟି-୨୦ ସରିଜ୍‌ ଜିତି ସାରିଥିବାରୁ ଆଜିର ମ୍ୟାଚ୍‌ ଜିତିଲେ ଦିନିକଆ ସିରିଜ୍‌ ମଧ୍ୟ ହାତେଇବ ଭାରତ । ଦଳର ଓପନର ଶିଖର ଧଓ୍ଵନ ଫର୍ମରେ ନଥିଲେ ବି ଆଜି ତାଙ୍କ ବ୍ୟାଟ୍‌ରୁ ଏକ ବଡ଼ ସ୍କୋର ଆଶା ରଖିଛନ୍ତି କ୍ରିକେଟ୍‌ପ୍ରେମୀ । ସେହିପରି ୫ ନମ୍ବରରେ ଆସିଥିବା ଶ୍ରେୟସ ଆୟର ଭଲ ପ୍ରଦର୍ଶନ କରୁଛନ୍ତି । ପୂର୍ବ ମ୍ୟାଚ୍‌ ପରି ୪ ନମ୍ବର ସ୍ଥାନରେ ଖେଳିପାରନ୍ତି ଋଷଭ ପନ୍ଥ ।

Share

Leave a Reply

Your email address will not be published. Required fields are marked *

20 − 13 =