କର୍ଣ୍ଣାଟକ ସରକାରକୁ ପୁଣି ଥରେ ଝଟକା

ବେଙ୍ଗାଲୁରୁ() ବୁଧବାର ପୁଣି ଦୁଇ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ କୁମାରସ୍ୱାମୀ ସରକାର ଉପରେ ସଙ୍କଟ ବଢିଯାଇଛି । ଆଉ ଏହାସହ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ଏହି ୧୬ ବିଧାୟକଙ୍କ ମଧ୍ୟରୁ ୧୩ ଜଣ କଂଗ୍ରେସର ହୋଇଥିବା ବେଳେ ୩ ଜଣ ଜେଡିଏସ ବିଧାୟକ ରହିଛନ୍ତି ।

ଇସ୍ତଫା ପର୍ବ ମଧ୍ୟରେ କର୍ଣ୍ଣାଟକର ବିଧାନସଭା ବାଚସ୍ପତି କେ.ଆର ରମେଶ ବଡ ବୟାନ ଦେଇଛନ୍ତି । ଏବେ ପର୍ୟ୍ୟନ୍ତ ସେ କୌଣସି ବିଧାୟକଙ୍କର ଇସ୍ତଫା ପତ୍ରକୁ ସ୍ୱୀକାର କରିନଥିବା କହିଛନ୍ତି ରମେଶ । ମୁଁ ରାତାରାତି ଏଭଳି କରିପାରିବି ନାହିଁ । ମୁଁ ସମସ୍ତଙ୍କୁ ଆସନ୍ତା ୧୭ ଯାଏଁ ସମୟ ଦେଇଛି । ଏହି ସମୟ ମଧ୍ୟରେ କାନୁନ ପ୍ରକିୟା କଣ ରହିଛି ତାହାର ବିଶ୍ଲେଷଣ କରିବା ପରେ ନିଷ୍ପତି ନେବି ବୋଲି କହିଛନ୍ତି ରମେଶ ।ଏବେ ଆଇନ ଅନୁଯାୟୀ ଏହି ମାମଲାର ନିଷ୍ପତି ନିଆଯିବ । କୌଣସି ନିର୍ଦ୍ଦିଷ୍ଟ ବିଧାୟକଙ୍କ ପାଇଁ ଆଇନ ବଦଳା ଯାଇପାରିବ ନାହିଁ ବୋଲି କହିଛନ୍ତି ରମେଶ । ଏସବୁ ଭିତରେ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି ।

ସେପଟେ କର୍ଣ୍ଣାଟକ ବିଜେପି ସଭାପତି ବି.ଏସ୍.ୟେଦୁରପ୍ପା ରାଜ୍ୟରେ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ଥିବା ଦାବି କରିଛନ୍ତି । ସରକାର ଗଠନ ପାଇଁ ପର୍ୟ୍ୟାପ୍ତ ବିଧାୟକଙ୍କ ସମର୍ଥନ ରହିଥିବା କହିଛନ୍ତି ୟେଦୁରପ୍ପା । ଏହା ସହ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 2 =