ରାଜ୍ୟର ଦୁଇଟି ପର୍ଯ୍ୟଟନସ୍ଥଳିକୁ ଅନନ୍ୟ ପର୍ଯ୍ୟନଟସ୍ଥଳି ତାଲିକାଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ବର () କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥିରିକୃତ ଅନନ୍ୟ ପର୍ଯ୍ୟଟନସ୍ଥଳି ମଧ୍ୟରେ ଓଡିଶାର ଗୋଟିଏ ହେଲେ କଳାକୃତ୍ତି ଓ ଭାଷ୍କର୍ଯ୍ୟ ପରିପୂର୍ଣ୍ଣ ଦର୍ଶନୀୟ ସ୍ଥାନ ତାଲିକାଭୁକ୍ତ ନହେବା ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏ ସଂପର୍କରେ ସେ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହଲ୍ଲାଦସିଂହ ପଟେଲଙ୍କୁ ଚିଠି ଲେଖି ରାଜ୍ୟର ଅନ୍ୟୁନ ଦୁଇଟି ପର୍ଯ୍ୟଟନସ୍ଥଳିକୁ ତାଲିକାଭୁକ୍ତ କରିବାକୁ ଦାବି କରିଛନ୍ତି ।ପର୍ଯ୍ୟଟନ ଶିଳ୍ପ ରାଜ୍ୟର ମୋଟ ଘରୋଇ ଉତ୍ପାଦର 13 ପ୍ରତିଶତ ବହନ କରୁଥିବାରୁ ଏହି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯିବା ଉଚିତ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାମାୟଣ ସର୍କିଟ ପାଇଁ ସ୍ବଦେଶ ଦର୍ଶନ ଯୋଜନାରେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତକୁ ସ୍ଥାନିତ କରାଯାଇଥିବାରୁ ରାଜ୍ୟବାସୀ ସ୍ବାଗତ କରିଛନ୍ତି । କାରଣ ଦେଓମାଳି ପରେ ଏହା ରାଜ୍ୟର ଦ୍ବିତୀୟ ଉଚ୍ଚତମ ଶୃଙ୍ଗ । କିନ୍ତୁ କେନ୍ଦ୍ର ସରକାରଙ୍କ 17ଟି ଅନନ୍ୟ ପର୍ଯ୍ୟଟନସ୍ଥଳି ତାଲିକାରୁ ଓଡିଶା ବାଦ ପଡିବା ରାଜ୍ୟ ପାଇଁ ଆଶ୍ଚର୍ଯ୍ୟଜନକ । କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ଏହିସବୁ ଅନନ୍ୟ ପର୍ଯ୍ୟଟନସ୍ଥିଳିକୁ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳି ଭାବେ ବିକଶିତ କରାଯିବ ବୋଲି କହିଛନ୍ତି । ଏହାଦ୍ବାରା ଏହିସବୁ ସ୍ଥାନକୁ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ।

ଓଡିଶାର କେତେକ ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳିର ଉଦାହାରଣ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି 1984ରେ କୋଣାର୍କ ସୁର୍ଯ୍ୟ ମନ୍ଦିର ୟୁନେସକୋ ଦ୍ବାରା ବିଶ୍ବ ହେରିଟେଜ ସାଇଟର ମାନ୍ୟତା ପାଇଛି । ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥାର ପ୍ରଚେଷ୍ଟା ସତ୍ତ୍ବେ ଏହି ବିଶ୍ବପ୍ରସିଦ୍ଧ କଳା ଓ ଭାସ୍କର୍ଯ୍ୟର ପ୍ରତିକ ଆଜି ଅବକ୍ଷୟର ସମ୍ମୁଖୀନ ହେଉଛି । ଦେଶର ଶ୍ରେଷ୍ଠ ବେଳାଭୂମୀ ମଧ୍ୟରୁ ଅନ୍ୟତମ ଚନ୍ଦ୍ରଭାଗା କୂଳରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳି ପର୍ଯ୍ୟଟକଙ୍କ ଆଉ ଏକ ଆକର୍ଷଣ ।

ସେହିଭଳି ଏସିଆ ମହାଦେଶର ସର୍ବବୃହତ ହ୍ରଦ ଚିଲିକାକୁ 1981ରେ ରାମସାର ସାଇଟ ଭାବେ ଚିହ୍ନଟ କରାଯାଇଛି । ବିଲୁପ୍ତ ପ୍ରାୟ ଇରାୱାଡି ଡଲଫିନଙ୍କ ପାଇଁ ଏହି ହ୍ରଦ ବେଶ ସୁରକ୍ଷିତ ଏବଂ ବିଦେଶୀ ପକ୍ଷୀଙ୍କ ପାଇଁ ଚିଲିକା ମୁଖ୍ୟ ଆକର୍ଷଣ । ଦେଶର ସର୍ବବୃହତ ହେନ୍ତାବଳ ଘେରରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ବିଶ୍ବର ସର୍ବବୃହତ 23 ଫୁଟ ଲମ୍ବା କୁମ୍ଭୀର ପାଇଁ ଗ୍ରିନିଜ ରେକର୍ଡ କରିଛି । ଏଥିସହିତ ଏହା ବିଲୁପ୍ତ ପ୍ରାୟ ଅରିଭ ରିଲଡେ କଇଁଚଙ୍କ ପ୍ରଜନନ କ୍ଷେତ୍ର ।

1994ରେ ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପାର୍କଟି ମୟୁରଭଂଜ ହାତୀ ସଂରକ୍ଷଣର ଏକ ଅଂଶ ବିଶେଷ । ଏହି ପାର୍କରେ ରାଜ୍ୟର 75 ପ୍ରତିଶତ ବାଘ ଓ 25 ପ୍ରତିଶତ ହାତୀ ରହିଥାନ୍ତି । ଏଥିସହିତ ରତ୍ନଗିରି-ଲଳିତଗିରି-ଉଦୟଗିରି ହିରକ ବୁଦ୍ଧ ତ୍ରିଭୁଜରେ ଓଡିଶାର ସର୍ବବୃହତ ବୌଦ୍ଧ କିର୍ତ୍ତିରାଜି ରହିଛି । କୁହାଯାଏ ସପ୍ତଦଶ ଶତାବ୍ଦିରେ ଚିନ ପରିବ୍ରାଜକ ହୁଏଂ ସାଙ୍ଗ ଏଠାରେ ଶହେରୁ ଅଧିକ ବୌଦ୍ଧ ସନ୍ୟାସୀଙ୍କ ସହ ବହୁ ସଂଖ୍ୟାରେ ବୌଦ୍ଧ ଧର୍ମ ଶିକ୍ଷା କେନ୍ଦ୍ର ଦେଖିଛନ୍ତି । ଏହିସବୁ ଦୃଷ୍ଟିକୋଣରୁ ଓଡିଶାର ଅନ୍ୟୁନ ଦୁଇଟି ପର୍ଯ୍ୟଟନସ୍ଥଳିକୁ କେନ୍ଦ୍ର ସରକାର ମଡେଲ ପର୍ଯ୍ୟଟନସ୍ଥଳି ଭାବେ ବିକଶିତ କରିବାକୁ ଯେଉଁ ଯୋଜନା କରିଥିଲେ ସେଥିରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × four =