ଏହି ଦେଶରେ ରହନ୍ତି ମାତ୍ର ୩୩ ଜଣ ଲୋକ, ଦେଖନ୍ତୁ ଭିଡିଓ

ଆମେରିକାର ନେଓ୍ବାଡରେ ପ୍ରାନ୍ତରେ ଏହି ଦେଶ ରହିଛି । ଏହି ଦେଶର ନାଁ ହେଉଛି ମୋଲୋସିଆ । ସବୁଠାରୁ ଆଶ୍ଚର୍ୟ୍ୟର କଥା ଏହି ଦେଶର ଲୋକ ସଂଖ୍ୟା ମାତ୍ର ୩୩ ଜଣ। ମୋଲୋସିଆର ମଧ୍ୟ ସ୍ବତନ୍ତ୍ର ଭାବେ ମୁଦ୍ରା(କରେନ୍ସି) ରହିଛି। ଯାହାକି ସେହି ଦେଶରେ ପ୍ରଚଳିତ ହୋଇଥାଏ। ମୋଲୋସିଆରେ ଦେଶରେ ଅଲଗା ଆଇନ୍ କାନୁନ୍ ରହିଛି।

କେଭିନ୍ ବାଘ୍ ତାଙ୍କର ବନ୍ଧୁ ୧୯୭୭ ମସିହାରେ ଏକ ଅଲଗା ଦେଶ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ମୋଲୋସିଆ ନାମକ ଦେଶ କେଭିନ୍ ବାଘ୍ ସ୍ଥାପନ କରିଥିଲେ। ସେବେଠାରୁ କେଭିନ୍ ବାଘ୍ ଏହି ଦେଶର ରାଷ୍ଟ୍ରପତି ପଦବୀରେ ରହିଛନ୍ତି। ମୋଲୋସିଆକୁ ଦେଶର ମାନ୍ୟତା କୌଣସି ସରକାର ଦେଇନାହାନ୍ତି। ଏହି ଛୋଟ ଦେଶରେ ସବୁପ୍ରକାର ସୁବିଧା ରହିଛି । ବିଭିନ୍ନ ଦେଶରୁ ଲୋକେ ଛୁଟି କାଟିବା ପାଇଁ ଏଠାକୁ ଆସିଥାନ୍ତି।

Share

Leave a Reply

Your email address will not be published. Required fields are marked *

twelve + 1 =