୫ ରେଳ ଷ୍ଟେସନ ସୁରକ୍ଷା ବଢିବ

ଭୁବନେଶ୍ୱର() ରାଜ୍ୟର ୫ଟି ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧି କରାଯିବ । ରେଳ ସୁରକ୍ଷା ବୈଠକ ପରେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ ସିକ୍ୟୁରିଟି ସ୍କିମ ଅନୁସାରେ ସୁରକ୍ଷା ବଢିବ ।

ଯାତ୍ରୀ ସୁରକ୍ଷା ଏବଂ ଯାତ୍ରୀ ନରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯିବ ।ତାସହ ସବୁ ଷ୍ଟେସନକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନେବାକୁ ପଡିବ ଏବଂ ଷ୍ଟେସନର ସବୁ ଅଂଚଳ ଯେମିତି ନଜରରେ ରହିବ ସେନେଇ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ଆଚାର୍ଯ୍ୟ ।

Share

Leave a Reply

Your email address will not be published. Required fields are marked *

8 − 5 =