ହନିଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଜାବ()  ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି । ହନିଙ୍କ ଗୀତ ‘ମଖନା’ରେ ମହିଳାଙ୍କୁ ନେଇ ବିବାଦୀୟ ଶବ୍ଦ ବ୍ୟବହାର କରିବା ବିରୋଧରେ ମାମଲା ରୁଜୁ ହୋଇଛି । ହନି ତାଙ୍କର ଏକ ନୂଆ ଗୀତରେ ମହିଳାଙ୍କ ପ୍ରତି ଅଶ୍ଲୀଳ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି। ତାଙ୍କ ସହିତ ଟି-ସିରିଜ୍ର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ନାଁରେ ବି ପଞ୍ଜାବ ପୁଲିସ୍ ମାମଲା ରୁଜୁ କରିଛି। ପଞ୍ଜାବର ମୋହାଲି ଜିଲ୍ଲାର ମଟୌର୍ ଥାନାରେ ଏହି ମାମଲା ରୁଜୁ ହୋଇଛି। ଉଭୟଙ୍କ ଉପରେ ୨୯୪ (ଗୀତ ମାଧ୍ୟମରେ ଅଶ୍ଳୀଳତା ପ୍ରଦର୍ଶନ) ଏବଂ ୫୦୬ (ଧମକାଇବା) ସହିତ ଆହୁରି ଦଫା ଲାଗିଛି ।

କମିଶନ୍ କହିଛନ୍ତି, ହନି ସିଂହ ତାଙ୍କ ନୂଆ ଗୀତରେ ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଅଶ୍ଳୀଳ ଶବ୍ଦର ପ୍ରୟୋଗ କରିଛନ୍ତି। ଗୀତରେ ଥିବା ଆପତ୍ତିଜନକ ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଯିବା ଦରକାର।

Share

Leave a Reply

Your email address will not be published. Required fields are marked *

five × three =