ଆଜି ରାଜ୍ୟରେ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୫୦୫୮ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୩। ଗଞ୍ଜାମରୁ ୮, ମୟୁରଭଞ୍ଜ ଓ ସୁନ୍ଦରଗଡରୁ ୬ ଜଣ ଲେଖାଏଁ, ବୌଦ୍ଧରୁ ୫, ବରଗଡ ଓ ନୟାଗଡରୁ ୩ ଲେଖାଏଁ ,ଗଜପତି,କେନ୍ଦ୍ରାପଡା ଓ ପୁରୀରୁ ୨ ଲେଖାଏଁ, ଭଦ୍ରକ,ବଲାଙ୍ଗୀର,ରାୟଗଡା,ଜଗତସିଂହପୁର,ଯାଜପୁର ଓ କନ୍ଧମାଳରୁ ଜଣେ ଲେଖାଏଁ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

ten + eighteen =