ସଂସଦ ଢ଼ାଞ୍ଚାରେ ବିଧାନସଭାର ଅଧିବେଶନ

ଭୁବନେଶ୍ବର() ଚଳିତ ଥର ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ । ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନାହିଁ । ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ । ଦର୍ଶକ ଗ୍ୟାଲେରିରେ ବି ବିଧାୟକମାନେ ବସିବେ । ଏନେଇ ୧୪୫ଟି ଆସନ ପ୍ରସ୍ତୁତ ଅଛି । ସଂସଦ ଭଳି ବିଧାୟକଙ୍କ ସିଟ୍ ସମ୍ପୁଖରେ ମଧ୍ୟ କାଚ ଲଗାଯାଇଛି । ଯେଉଁ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ ସୂଚନା ଦେବେ । ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ କିମ୍ବା ଓକାକରେ ଭିଡ଼ିଓ କନଫରେନ୍ସରେ ବସିପାରିବେ । ଏହାସହ ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳିବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ସେପଟେ ବିଧାନସଭା ଅଧିବେଶନ ନେଇ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବସିବ ବୋଲି ଗତକାଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Share

Leave a Reply

Your email address will not be published. Required fields are marked *

fourteen − 4 =