ସ୍ୱାମୀ ସାମନାରେ ପ୍ରେମିକକୁ ବାହା ହେଲା ସ୍ୱୀ

ବଲାଙ୍ଗୀର: ସ୍ୱାମୀ ସାମନାରେ ପ୍ରେମିକକୁ ବିବାହ କଲା ସ୍ତ୍ରୀ । ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରୁ ଆସିଛି ଏଭଳି ଖବର । ନିଜଠାରୁ ୧୧ବର୍ଷ ସାନ ଯୁବକଙ୍କ ବିବାହ କରିଛନ୍ତି ମହିଳା । ତେବେ ସବୁଠାରୁ ବଡ଼ କଥା ହେଉଛି କି ଏହି ବିବାହିତା ମହିଳାଙ୍କ ଦୁଇଟି ପୁଅ ମଧ୍ୟ ରହିଛନ୍ତି । ଏହି ବିବାହକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଥାଉକି, ମହିଳାଙ୍କ ଦୁଇଟି ପୁଅ ରହିଛନ୍ତି । ଜଣଙ୍କ ବୟସ ୪ବର୍ଷ ଥିବା ସାନ ପୁଅର ବୟସ ଦେଢ଼ବର୍ଷ । ମହିଳାଙ୍କ ବିବାହକୁ ପାଞ୍ଚବର୍ଷ ହୋଇଥିଲେ ସୁଦ୍ଧା ପଡିଶାଘରର ଯୁବକଙ୍କ ସହ ପ୍ରେମ ହୋଇଯାଇଥିଲା । ତେବେ ମହିଳାଙ୍କଠାରୁ ୧୧ବର୍ଷ ସାନ ହେଉଛନ୍ତି ତାଙ୍କ ପ୍ରେମିକ । ଉଭୟ ଘରଛାଡ଼ି ଫେରାର ହୋଇଯାଇଥିଲେ । ତାଙ୍କ ସ୍ୱାମୀ ନିଖୋଜ ଅଭିଯୋଗ କରିବା ପରେ ପୋଲିସ ଖୋଜାଖୋଜି କରିଥିଲା ।

ଉଭୟଙ୍କୁ ଓଡ଼ିଶା ବାହାରୁ ଉଦ୍ଧାର କରିବା ପରେ ସେମାନଙ୍କୁ ଆଣି ସୁଧାର ଗୃହରେ ରଖିଥିଲେ । ମହିଳାଙ୍କ ସ୍ୱାମୀ ଗ୍ରହଣ କରିବା ଅରାଜିଥିବା ବେଳେ ବାପଘର ଲୋକେ ମଧ୍ୟ ଘରକୁ ନେଇନଥିଲେ । ମହିଳା ଜଣଙ୍କ ସବୁବେଳେ ଅନ୍ୟମନସ୍କ ରହୁଥିବା ସହ ଚିନ୍ତାରେ ରହୁଥିଲେ । ତେବେ ପୋଲିସ ତାଙ୍କ ସହମତି ନେଇ ଶେଷରେ ସ୍ୱାମୀଙ୍କ ସାମନାରେ ଯୁବକଙ୍କ ସହ ତାଙ୍କର ବିବାହ କରାଇଛନ୍ତି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

two × 2 =