ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ

କୋଲକାତା ()   ବିଜେପି ପ୍ରାର୍ଥୀ ଭାରତୀ ଘୋଷ ଆଜି ଦୁଇଥର ଆକ୍ରମଣର ଶିକାର ହୋଇଛନ୍ତି। ଏହାପରେ ନିର୍ବାଚନ କମିଶନ ପଶ୍ଚିମ ମେଦିନାପୁର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ରିପୋର୍ଟ ମାଗିଛନ୍ତି।

ଆଜି ଷଷ୍ଠ ପର୍ୟ୍ୟାୟ ପାଇଁ ନିର୍ବାଚନ ଚାଲିଥିବା ବେଳେ ଭାରତୀ ଘୋଷ ନିଜ ସଂସଦୀୟ କ୍ଷେତ୍ରର ଚନ୍ଦଖଲି ଅଞ୍ଚଳର କେଶପୁର ବୁଥକୁ ଯାଇଥିଲେ। ନିର୍ବାଚନ ପ୍ରକ୍ରିୟା ସଠିକ ଢ଼ଙ୍ଗରେ ଚାଲୁଛି କି ନାହିଁ ଦେଖିବାକୁ ସେ ଯାଇଥିଲେ ବୋଲି କହିଛନ୍ତି। ଏଥିପାଇଁ ସେ ତାଙ୍କର ପୋଲିଂ କାର୍ଡ଼ ସହ ପ୍ରାର୍ଥୀ ପରିଚୟ ପତ୍ର ରଖିଥିଲେ। ହେଲେ ରାସ୍ତାରେ କିଛି ତୃଣମୂଳ କଂଗ୍ରେସର ମହିଳା ସମର୍ଥକ ତାଙ୍କୁ ଘେରି ଯାଇ ଟଣା ଓଟରା କରିବା ସହିତ ତଳେ ପକାଇ ଦେଇଥିଲେ ବୋଲି ଭାରତୀ ଘୋଷ କହିଛନ୍ତି। ଏହି ଆକ୍ରମଣରେ ବିଜେପି ପ୍ରାର୍ଥୀଙ୍କ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ତାଙ୍କ କାରର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।

ଏହାପରେ ନିଜ ଆତ୍ମରକ୍ଷା ପାଇଁ ବିଜେପି ପ୍ରାର୍ଥୀ ଜଣଙ୍କ ଏକ ମନ୍ଦିର ଭିତରେ ପଶିଯାଇଥିଲେ। କେବଳ ଏତିକି ନୁହେଁ, ସ୍ଥାନୀୟ ପୁଲିସ୍ ମଧ୍ୟ ଆକ୍ରମଣକାରୀଙ୍କୁ ସମର୍ଥନ କରୁଥିବା ବିଜେପି ପ୍ରାର୍ଥୀ ଭାରତୀ ଅଭିଯୋଗ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

19 − 14 =