ସାମ୍ବାଦିକ ଆମର ଶତ୍ରୃ ନୁହେଁ

ଛତିଶଗଡ ଦାନ୍ତେୱାଡାରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କୁ ହତ୍ୟା ପରେ ମାଓବାଦୀମାନେ ସ୍ପଷ୍ଟୀକରଣ ଦେଇଛନ୍ତି । ଏହି ଘଟଣାରେ ଦୁଃଖପ୍ରକା କରିଛି ମାଓ ସଙ୍ଗଠନ । ଏ ନେଇ ଦର୍ଭା ଡିଭିଜିନାଲ କମିଟି ମୁଖପାତ୍ର ସାଇନାଥ ଏକ ପ୍ରେସ ଇସ୍ତାହାର ଜାରି କରିଛନ୍ତି । ଏଥିରେ କୁହାଯାଇଛି, ସାମ୍ବାଦିକକୁ ଜାଣିଶୁଣି ଆକ୍ରମଣ କରାଯାଇନାହିଁ । ଯବାନମାନେ ଟାର୍ଗେଟରେ ଥିଲେ । କିନ୍ତୁ ସେମାନଙ୍କ ସହିତ ଦୂରଦର୍ଶନ ଟିମ୍ ଥିବା ଜଣାନଥିଲା । ସାମ୍ବାଦିକ ଆମର ଶତ୍ରୁ ନୁହେଁ ମିତ୍ର । ମାଓ ଇଲାକାରେ ଯବାନ ଓ ପୋଲିସଙ୍କ ସହିଡ ମିଡିଆ କର୍ମୀ ନଯିବାକୁ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ ଗତ ୩୦ ତାରିଖରେ ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଘଟିଥିଲା ଅଘଟଣ । ଖବର ସଂଗ୍ରହ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଅଚ୍ୟୁତାନନ୍ଦ ଥିବା ଦୁରଦର୍ଶନର ଏହି ଟିମ ନିଲୱାୟା ଅଂଚଳରେ ନୂଆକରି ତିଆରି ହୋଇଥିବା ଏକ ପୋଲିଂ ଷ୍ଟସନକୁ ସୁଟିଂ କରିବାକୁ ଯିବା ସମୟରେ ଏହି ଅଘଟଣ ଘଟିଲା । ନକ୍ସଲଙ୍କ ଆକ୍ରମଣରେ ଦୁଇଜଣ ଯବାନ ମଧ୍ୟ ସହିଦ ୩ ଜଣ ଯବାନ ସହିଦ ହୋଇଥିଲେ । ମାଓବାଦୀଙ୍କ ଟାର୍ଗଟରେ ଥିଲେ ସୁରକ୍ଷାକର୍ମୀ । ଏହାକୁ ଆଖିଆଗରେ ରଖି ସେମାନେ ଆମ୍ବୁସ କରିଥିଲେ । କିନ୍ତୁ ମାଓବାଦୀଙ୍କ ଏହି ଆମ୍ବୁସ ଭିତରେ ଫଶିଯାଇଥିଲେ ଅଚ୍ୟୁତ ଏବଂ ତାଙ୍କ ଟିମ । ମାଓବାଦୀଙ୍କ ଏହି ଆକ୍ରମଣ ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

twenty − eighteen =