୧୦ ତାରିଖକୁ ଘୁଞ୍ଚିଲା ଅଯୋଧ୍ୟା ଶୁଣାଣି

ପୁଣି ଥରେ ଘୁଞ୍ଚିଲା ଶୁଣାଣି । ଆସନ୍ତା ୧୦ ତାରିଖରେ ମାମଲାର ଶୁଣାଣି ହେବ । ରାମ ମନ୍ଦିର ଉପରେ ଶୁଣାଣି ପାଇଁ ଗଠନ ହେବ ନୂଆ ବେଞ୍ଚ । ଏହି ନୂଆ ବେଞ୍ଚ ଆସନ୍ତା ୧୦ ତାରିଖରେ ଶୁଣାଣି କରିବ । ଏବେ ନୂଆ ବେଞ୍ଚ ନିଷ୍ପତ୍ତି ନେବ ମାମଲାର ଶୁଣାଣି ଫାଷ୍ଟଟ୍ରାକ୍ କୋର୍ଟରେ ହେବା ଆବଶ୍ୟକ କି ନୁହଁ । ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଓ ବିଚାରପତି ଜଷ୍ଟିସ୍ ଏସ୍. କେ କୌଲଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଆହ୍ଲାବାଦ ହାଇକୋର୍ଟ ରାୟକୁ ବିରୋଧ କରି ୧୪ଟି ଆବେଦନ କରାଯାଇଥିଲା । ହାଇକୋର୍ଟ ଏହି ୨.୭୭ ଏକର ବିବାଦୀୟ ଜମିକୁ ସୁନୀ ଓ୍ଵାଖଫ ବୋର୍ଡ, ନିର୍ମୋହୀ ଆଖଡା ଓ ରାମ ଲାଲଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ବର୍ଷ ଅକ୍ଟୋବର ୨୯ରେ ସୁପ୍ରିମକୋର୍ଟ କହିଥିଲେ, ଜାନୁଆରୀରେ ଏହି ମାମଲାର ଶୁଣାଣି ହେବ । ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ଅଧ୍ୟାଦେଶ ଆଣିବା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହି ସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × three =