ବିବାହ ପୂର୍ବରୁ ବାପା ହେବେ ଭାଇଜାନ

ପୁଣି ଚର୍ଚ୍ଚାରେ ସଲମାନ୍ ଖାନ୍ ।ହେଲେ ଏଥର ବିବାହକୁ ନେଇ ନୁହେଁ ବାପା ହେବାକୁ ନେଇ ଚର୍ଚ୍ଚାରେ ଭାଇଜାନ ।

ଅନେକ ହିରୋଇନଙ୍କ ସହ ଡେଟ୍ କରିବା ପରେ ଏବେ ବିବାହ ନକରି ବାପା ହେବାକୁ ନିଷ୍ପତ୍ତି ନେଇଛନ୍ତି ସଲମାନ୍ ଖାନ୍ ।

ମିଳିଥିବା ଖବର ମୂତାବକ, ବିବାହ ସିନା କରିପାରିଲେନି ହେଲେ ବାପା ନିଶ୍ଚୟ ହେବେ ବୋଲି ମନ ବଳାଇ ସାରିଛନ୍ତି ସୁଲତାନ୍ । ଆଉ ନିଜର ଏହି ସ୍ୱପ୍ନକୁ ପୁରା କରିବା ପାଇଁ ସରୋଗେସୀର ସାହାରା ନେବେସଲମାନ୍ । ଅର୍ଥାତ୍ ସରୋଗେସୀ ମାଧ୍ୟମରେ ବାପା ହେବାକୁ ଯାଉଛନ୍ତି ସଲମାନ୍ । ସେହିପରି ଏକ ସାକ୍ଷାତକାରରେ ସଲମାନ୍ କହିଥିଲେ ମୁଁ ବାପା ହେବାକୁ ଚାହୁଁଛି , ହୋଇପାରେ ମୁଁ ବିବାହ ନକରି ସିଙ୍ଗଲ୍ ଫାଦର ହେବି ।

ତେବେ ଭାଇଜାନ୍ ଏସବୁ ସେ ନିଜ ପାଇଁ ନୁହେଁ ବରଂ ନିଜ ବାପା ଏବଂ ମା’ଙ୍କ ପାଇଁ କରୁଛନ୍ତି । କାରଣ ସଲମାନଙ୍କ ପିଲାକୁ କୋଳରେ ଖେଳାଇବାକୁ ଚାହୁଁଛନ୍ତି ବାପା ସଲିମ୍ ଖାନ୍ ଏବଂ ମା’ ସଲମା ଖାନ୍ ।

Share

Leave a Reply

Your email address will not be published. Required fields are marked *

18 − thirteen =