୯ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଅଗଷ୍ଟ ମାସ ଶେଷ ସୁଧା ରାଜ୍ୟରେ ଜାରି ରହିବ ବର୍ଷା । ସେହିପରି ସେପ୍ଟମ୍ବର ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ମଧ୍ୟ ରହିଛି । ଏହାସହିତ ଆସନ୍ତା ୨୮ ତାରିଖରେ ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଅଗଷ୍ଟ ମାସ ଶେଷ ସୁଧା ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ଅଗଷ୍ଟ ୩୧ ସୁଧା ରାଜ୍ୟରେ ୯୦ ରୁ ୧୦୦ ମିମି ବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ସେହି ୯ ଜିଲ୍ଲାରେ ମଧ୍ୟରେ ରହିଛି ଖୋର୍ଦ୍ଧା , କଟକ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଓ କନ୍ଧମାଳ ।

Share

Leave a Reply

Your email address will not be published. Required fields are marked *

four × 3 =