ଗଛକଟାକୁ କେନ୍ଦ୍ର କରି ଆକ୍ରମଣ

ବିନିକା: ଗଛକଟାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ସଂଘର୍ଷ । ଦୁଇ ଭାଇଙ୍କ ଆକ୍ରମଣରେ ଗୋଟିଏ ପରିବାରର ୩ଜଣ ଗୁରୁତର ଆହତ । ସବୁର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭବାନୀପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜୟଗୋପାଲ ବଘାର ଏବଂ କୌଶଲ୍ୟା ବଘାରଙ୍କ ପରିବାର ମଧ୍ୟରେ ହୋଇଛି ଝଗଡ଼ା ହୋଇଥିଲା । ତେବେ କୌଶଲ୍ୟା ପ୍ରସାଦ ଏବଂ ତାଙ୍କ ଭାଇ କାଠଫାଳିଆରେ ଜୟଗୋପାଲଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜୟଗୋପାଲଙ୍କ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତନାଘନା କରୁଛି ।

ଜୟଗୋପାଲ ବଘାର ଏବଂ କୌଶଲ୍ୟା ବଘାରଙ୍କ ପରିବାର ମଧ୍ୟରେ ଦେଖିବାକୁ ମିଳିଛି ଏହି ସଂଘର୍ଷ । ଘର ପଛପଟେ ଥିବା ଗଛକଟାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ଶେଷରେ ଏହି ସଂଘର୍ଷ ଉଗ୍ରରୂପ ନେଇଥିଲା । କୌଶଲ୍ୟା ପ୍ରସାଦ ଏବଂ ତାଙ୍କ ସାନଭାଇ ପରମାନନ୍ଦ କାଠଫାଳିଆରେ ଜୟଗୋପାଲଙ୍କ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ଜୟଗୋପାଲ, ତାଙ୍କ ବଡ଼ଭାଇ ବାଲଗୋପାଲ ଏବଂ ମା ଡାଲିମ୍ବ ବଘାର ଗୁରୁତର ଆହତ ହୋଇଛନ୍ତି । ପଡୋଶୀ ଏବଂ ଆହତଙ୍କ ପରିବାର ମିଶି ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

8 − 2 =