ନିୟମ ନମାନିବାରୁ ଉପବାଚସ୍ପତିଙ୍କ ପୁଅଙ୍କ ବିରୋଧରେ ଏତଲା

ଅଡୁଆରେ ଉପବାଚସ୍ପତିଙ୍କ ପୁଅ । ନିୟମ ନମାନିବାରୁ ଥାନାରେ ଏତଲା ଦାୟର ହୋଇଛି । ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପୁତ୍ର ଅରୁଣାଭ ସିଂହ କୋଭିଡ଼ ଆଇନକୁ ଉଲ୍ଲଘଂନ କରିଥିବା ନେଇ ଅନୁଗୁଳ ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଶୁକ୍ରବାର ରାତିରେ ଏତଲା ଦେଇଛନ୍ତି। ଏନେଇ ଅନୁଗୁଳ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ନିର୍ବାହୀ ଅଧିକାରୀ ଏତଲାରେ ଦର୍ଶାଇଛନ୍ତି ଯେ ଅରୁଣାଭ ସିଂହ କୋଭିଡ଼ ଗାଇଡ଼ଲାଇନକୁ ଉପେକ୍ଷା କରି ଶିକ୍ଷକପଡ଼ାଠାରେ ଥିବା ଶିବା ପଡ଼ିଆଠାରେ ରାତ୍ରିରେ ତାଙ୍କ ସାଙ୍ଗମାନଙ୍କ ଗହଣରେ କିଛିଦିନ ତଳେ ଜନ୍ମଦିନ ପାଳନର କେକ୍‍ କାଟି ଥିଲେ। ସେହି ସମୟରେ କେହି ମୁହଁରେ ମାକ୍ସ ବ୍ୟବହାର କରି ନଥିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରି ନଥିଲେ।

ଅନ୍ୟପକ୍ଷରେ କେବଳ ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ପୁଲିସ ଅନୁମତି ଦେଇଥିବା ବେଳେ କୌଣସି ଜନ୍ମଦିନ ପାର୍ଟି ପାଇଁ କାହାରିକୁ ଅନୁମତି ଦିଆଯାଉ ନାହିଁ ବୋଲି ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପ୍ରକାଶ କରିଛନ୍ତି। ମାମଲା ରୁଜୁ ପରେ ଘଟଣାର ଅନୁସନ୍ଧାନ ଚାଲିଛି ଓ କୋଭିଡ଼ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

4 × three =