୧୧ ଯାଏଁ ସତର୍କ ରୁହ

ଭୁୁବନେଶ୍ୱର() ଆଜିଠାରୁ ୧୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତାରେ ରହିଥିବା ମୌସୁମୀ ଟ୍ରଫ୍‌ ଏବେ ଝାଡ଼ଖଣ୍ଡରୁ ଉତ୍ତର-ପୂର୍ବ ବଙ୍ଗୋ‌ପସାଗରମୁହାଁ ହୋଇଛି। ଏହା ସହ ଏକ ଟ୍ରଫ୍‌ଲାଇନ୍‌ ଗୁଜରାଟରୁ ପଶ୍ଚିମବଙ୍ଗ ଆଡ଼କୁ ଗତି କରୁଛି। ଏହା ପ୍ରଭାବରେ ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ବର୍ଷାର ପରିମାଣ ବଢ଼ିବ। କଳାହାଣ୍ଡି, ବଲାଙ୍ଗୀର,ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଂଜାମ, କଟକ, ଖୋ‌ର୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସବୁ ଜିଲ୍ଲାଗୁଡ଼ିକ ନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପେକ୍ଷ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

ten − two =