ଘରୋଇ ହସପିଟାଲ ପାଇଁ ଆଡଭାଇଜରୀ

ଭୁବନେଶ୍ୱର() ରାଜ୍ୟ ସରକାର ପୁଣି ଘରୋଇ ହସପିଟାଲ ପାଇଁ ଆଡଭାଇଜରୀ ଜାରି କରିଛନ୍ତି । କେବଳ ସ୍ୱତନ୍ତ୍ର କୋଭିଡ୍ ହସପିଟାଲ ନୁହଁ, ଏଣିକି ରାଜ୍ୟର ଘରୋଇ ହସପିଟାଲ ଗୁଡିକ ମଧ୍ୟ କରୋନା ସଂକ୍ରମିତଙ୍କୁ ଚିିକିତ୍ସା ଯୋଗାଇଦେବେ । ୩୦ରୁ ଅଧିକ ଶଯ୍ୟା ବ୍ୟବସ୍ଥା ଥିବା ଘରୋଇ ହସପିଟାଲ କୋଭିଡ୍ କେନ୍ଦ୍ର ଖୋଲିବେ । ସେଠାରେ କରୋନା ଆକ୍ରାନ୍ତଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରିବେ । ଏପରିକି ହସପିଟାଲରେ ଆଉ ୩୦ କିମ୍ବା ତାଠାରୁ ଅଧିକ ଶଯ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।ଘରୋଇ ଡାକ୍ତରଖାନାରେ ରୋଗୀ ନିଜ ଖର୍ଚରେ ହୋଇପାରିବେ ଚିକିତ୍ସା । ଡାକ୍ତରଖାନା ଏଥିପାଇଁ ଅଧିକ ଅର୍ଥ ଆଦାୟ କରିପାରିବେ ନାହିଁ । ସିସିଟିଭି ପୁରା ନଜର ରଖିବ । ରୋଗୀଙ୍କୁ କରୋନା ପରୀକ୍ଷା ରିପୋର୍ଟ ହସ୍ତାନ୍ତର କରିବାକୁ ମଧ୍ୟ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

five × 2 =