ବାକ ସ୍ୱାଧୀନତାର ଲଗମଛଡ଼ା ବ୍ୟବହାର … ଓଡିଶାକୁ ପାକିସ୍ଥାନ ସହ ତୁଳନା କରି ବୈଜୟନ୍ତ ସବୁ ମହଲରୁ ନିନ୍ଦିତ …

ଭୁବନେଶ୍ୱର () ଆମେ ଓଡ଼ିଆ, ଆମେ ସାଧାରଣ ଲୋକଙ୍କ ପାଇଁ ଲଢ଼ୁଛୁ, ଆମେ ରାଜ୍ୟର ସ୍ୱାର୍ଥ ସହ ଅଛୁ … ନିଜ ଚାନେଲରେ ଏଭଳି ବହାସ୍ଫୋଟ ମାରୁଥିବା ଓଟିଭି ମୁଖିଆ ତଥା ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତିଙ୍କ ଦୋମୁହାଁ ନୀତି ଧରା ପଡିଛି । ନହେଲେ ଓଡିଶା ସରକାରଙ୍କ ପ୍ରଶାସନିକ ବ୍ୟବସ୍ଥାକୁ ପାକିସ୍ଥାନ ସହ ତୁଳନା କରିନଥାନ୍ତେ । 

ତମେ କଲେ ଧର୍ମ, ଆଉ କିଏ କଲେ ପାପ । ମହିଳା ଆଦିବାସୀ ସାଂସଦଙ୍କ ମିଛ ଅଶ୍ଲୀଳ ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛନ୍ତି । ନିଜ ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓଡିଶା ସମ୍ୱନ୍ଧୀତ ଏକ ହୀନ ମନ୍ତବ୍ୟ ରଖିଛନ୍ତି ।  ମହିଳା ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ଅଭିଯୁକ୍ତ ସାମ୍ବାଦିକ ରମେଶ ରଥଙ୍କୁ ପଚରାଉଚରା କରୁଛି ପୋଲିସ । ଓଟିଭିର ସଂପୃକ୍ତ ସାମ୍ବାଦିକ ଆଇନ ଉଲ୍ଲଂଘନ କରୁଥିଲେ ବି ତାଙ୍କୁ ସୁରକ୍ଷା ଦେବାକୁ ବୈଜୟନ୍ତ ଏବଂ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ସବୁ ପ୍ରକାର ଉଦ୍ୟମ କରୁଛନ୍ତି ।

ତାଙ୍କର ଏଭଳି ଟ୍ୱିଟକୁ ବିଭିନ୍ନ ମହଲରୁ ଦୃଢ ବିରୋଧ ହେଉଛି । ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ବୈଜୟନ୍ତ । ବୈଜୟନ୍ତ ପଣ୍ଡା ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବା ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । 

କିଛି ଓଡ଼ିଆ ପ୍ରେମୀ ଓ ବୁଦ୍ଧିଜୀବି ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଲେଖିଛନ୍ତି – ‘ଏ ମାଟି ତୁମକୁ ଓ ତୁମ ପରିବାରକୁ ବହୁତ କିଛି ଦେଇଛି’। ‘ଜଗନ୍ନାଥଙ୍କ ଭୂମିକୁ ପାକିସ୍ତାନ ସହ ତୁଳନାର ଦୁଃସାହସ କିପରି କଲ ?’ ‘୨୦୧୯ ପୂର୍ବରୁ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ କରୁଥିଲ’  । ‘କେନ୍ଦ୍ରାପଡ଼ା କ’ଣ ପାକିସ୍ତାନରେ ଅଛି ?’ ‘ଯଦି ସେପରି ଭାବୁଛ ତାହେଲେ ଓଡ଼ିଶା ଛାଡ଼ି ଚାଲିଯାଅ’।

 

ବୈଜୟନ୍ତ ଭାରତ ଛାଡ଼ି ପାକିସ୍ତାନରେ ରୁହନ୍ତୁ ବୋଲି ମଧ୍ୟ କିଛି କହିଛନ୍ତି । ଉତ୍ତରପ୍ରଦେଶ ଘଟଣାରେ କାହିଁକି ଚୁପ ଥିଲେ ବୈଜୟନ୍ତ ବୋଲି ପ୍ରଶ୍ନ କରିବା ସହ ମହିଳାଙ୍କୁ ବୈଜୟନ୍ତ ସମ୍ମାନ ଦେବା ଜାଣି ନାହାନ୍ତି ବୋଲି କହିଛନ୍ତି । ଟ୍ୱିଟ କରି ନାରୀ ନିର୍ଯାତନାକୁ ସମର୍ଥନ କରୁଛନ୍ତି ବୈଜୟନ୍ତ । ତାଙ୍କୁ ଲାଜ ଲାଗିବା କଥା ଯେ ତାଙ୍କ ଚ୍ୟାନେଲର ସାମ୍ୱାଦିକ ବୋଲି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ଉଭୟ ପଣ୍ଡା ଦମ୍ପତି । 

Share

Leave a Reply

Your email address will not be published. Required fields are marked *

20 + 6 =