ଶ୍ରୀମନ୍ଦିର ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ ରହିବେ

ଭୁବନେଶ୍ୱର() ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କୀତ ମାମଲାରେ ଶୁଣାଣୀ ସରି ମଧ୍ୟବର୍ତ୍ତୀକାଳିନ ରାୟ ଆସିଛି । ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ ରହିବେ । ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ ପ୍ରକାଶ ପାଇଛି । ଆଜି ସୁପ୍ରିମକୋର୍ଟ ଶ୍ରୀମନ୍ଦିରର ସୁରକ୍ଷା ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ରହଣୀ ଓ ସେବାପୂଜା ସମେତ ୨୨ଟି ନର୍ଦ୍ଦେଶନାମା ଜାରି କରିଛନ୍ତି ।

ଆମିକସକ୍ୟୁରି ଓ ସଲିସିଟର ଜେନେରାଲ ପୁରୀ ଗସ୍ତ କରି ଉଚ୍ଛେଦ ସମ୍ପର୍କିତ ରିପୋର୍ଟ ସୁପ୍ରିମକୋର୍ଟକୁ ଅବଗତ କରିଥିଲେ । ଶ୍ରୀମନ୍ଦିର ପରିସରରୁ ୭୫ମିଟର ଚତୁପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ କଣ କଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସୁପ୍ରିମକୋର୍ଟରେ ଆଲୋଚନା ହୋଇଛି । ପକ୍ଷମାନେ ନିଜ ନିଜ ପକ୍ଷ ରଖିଥିଲେ । ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟାକୁ ସବୁ ପକ୍ଷ ସମର୍ଥନ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଉତ୍ତମମାନର ପ୍ରସାଦକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି ।

ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହଣୀ ବ୍ୟବସ୍ଥାରେ ୬୦ହଜାର ଶ୍ରଦ୍ଧାଳୁଙ୍କ ରହିବା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ । ସହରର ନାଳନର୍ଦ୍ଦମା ପାଣି ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବାକୁ ନିର୍ଦ୍ଦେଶ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ କଲେଜ ପ୍ରତିଷ୍ଠା । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଶି ସ୍କୁଲ କଲେଜ ପ୍ରତିଷ୍ଠା କରିବାକୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen + 8 =