ଆରଏସପି ଜମି ଅଧିଗ୍ରହଣ ବେଆଇନ

ଭୁବନେଶ୍ବର : ରାଉଲକେଲା ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବେଆଇନ ବୋଲି ଦର୍ଶାଇଛନ୍ତି ଜାତୀୟ ଅନୁସୂଚିତ ଜନଜାତି କମିଶନ । ଏହି ଜମି ଅଧିଗ୍ରହଣ ପାଇଁ ଆଦିବାସୀଙ୍କୁ ସେମାନଙ୍କ ଜମିରୁ ବେଆଇନ ଭାବେ ଉଚ୍ଛେଦ କରାଯାଇଛି ବୋଲି ଦର୍ଶାଇ କମିସନ ଓଡିଶା ରାଜ୍ୟପାଳଙ୍କୁ ଏଥିରେ ହସ୍ତକ୍ଷେପ କରି ଜମି ଅଧିଗ୍ରହଣକୁ ଅସିଦ୍ଧ ବୋଲି ଘୋଷଣା କରିବାକୁ ଚିଠି ଲେଖିଛନ୍ତି ।

ପ୍ରଥମ ଥର ପାଇଁ କମିଶନ ରାଜ୍ୟପାଳଙ୍କୁ ସମ୍ମିଧାନରେ ଅନୁସୂଚିତ ଅଂଚଳ ପାଇଁ ପ୍ରଦତ୍ତ ସ୍ୱତନ୍ତ୍ର କ୍ଷମତାର ବ୍ୟବହାର କରି ରାଉଲକେଲା ଇସ୍ପାତ କାରଖାନାର ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ବେଆଇନ ବୋଲି ଦର୍ଶାଇ ବାତିଲ କରିବାକୁ କହିଛନ୍ତି । ଗତ ୧୮ ମାସ ଧରି କମିଶନ ରାଜ୍ୟର ବିଭିନ୍ନ ଅନୁସୂଚିତ ଜନଜାତୀ ବହୁଳ ଅଞ୍ଚଳ ଗସ୍ତ କରି ଅଭିଯୋଗର ଶୁଣାଣୀ କରିଥିଲେ । ରାଉଲକେଲାର ରୁପୁତୋଳା ଓ ଲୁଆକେରା ଗାଁ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ଗତ ୫୦ ବର୍ଷି ଧରି ସେମାନେ ଏହି ଅଂଚଳରେ ରହିଆସୁଥିଲେ । କିନ୍ତୁ ଆରଏସପିର ସଂପ୍ରସାରଣ ପାଇଁ ସେମାନଙ୍କୁ ବେଆଇନ ଭାବେ ଉଚ୍ଛେଦ କରାଯାଇଛି ।

କ୍ଷେତ୍ର ପରିଦର୍ଶନ ପରେ କମିଶନର ଅଧ୍ୟକ୍ଷ ନନ୍ଦକୁମାର ସାଏ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟ ଶାସନ ସଚିବଙ୍କୁ ୨୯ ପୃଷ୍ଠାର ବିସ୍ତ୍ରୁତ ରିପୋର୍ଟ ଦେଇଛନ୍ତି । ଏଥିରେ କମିଶନ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ଯେ, ସମ୍ବିଧାନର ଧାରା ୨୪୪ ଉପଧାରା ୧ରେ ପ୍ରଦତ୍ତ ସ୍ବତନ୍ତ୍ର କ୍ଷମତାର ବ୍ୟବହାର କରି ଏହି ଜମି ଅଧିଗ୍ରହଣକୁ ବେଆଇନ ବୋଲି ଘୋଷଣା କରନ୍ତୁ । ସମ୍ବିଧାନର ୨୪୪ ଧାରାରେ ଅନୁସୂଚିତ ଜନଜାତୀ ବର୍ଗର ଲୋକଙ୍କ ସୁରକ୍ଷା ସଂପର୍କରେ ବିସ୍ତ୍ରୁତ ଭାବେ ବର୍ଣ୍ଣନା କରାଯାଇଥିବା ବେଳେ ଏହି ଧାରାରେ ରାଜ୍ୟପାଳ ଯେକୌଣସି ଅଂଚଳକୁ ଅନୁସୂଚିତ ଅଂଚଳ ଭାବେ ଘୋଷଣା କରିପାରିବେ । କାରଣ ସେ ଏହିସବୁ ସ୍ୱତନ୍ତ୍ର ଅଂଚଳର ପ୍ରଶାସକ ଭାବେ ସମ୍ବିଧାନ କ୍ଷମତା ଦେଇଛି ।

ଏହି ରିପୋର୍ଟଟି ଏଥିପାଇଁ ଗୁରୁତ୍ବପୂର୍ଣ୍ଣ, କାରଣ ପ୍ରଥମ ଥର ପାଇଁ କମିଶନ କୌଣସି ରାଜ୍ୟପାଳଙ୍କୁ ଆଦିବାସୀଙ୍କ ସୁରକ୍ଷା ପାଇଁ ନିଜର ସ୍ବତନ୍ତ୍ର କ୍ଷମତାର ବ୍ୟବହାର ପାଇଁ ଅନୁରୋଧ କରିଛନ୍ତି । ୨୦୧୩ରେ ୟୁପିଏ ସରକାର ଅମଳରେ ତକ୍ରାଳିନ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭି.କିଶୋରଚନ୍ଦ୍ର ଦେବ ୯ଟି ଆଦିବାସୀ ବହୁ ରାଜ୍ୟର ରାଜ୍ୟପାଳଙ୍କୁ ଚିଠି ଲେଖି ସ୍ବତନ୍ତ୍ର କ୍ଷମତାର ବ୍ୟବହାର କରି ଅନୁସୂଚିତ ଅଂଚଳରେ ବେଆଇନ ମାଇନିଂ କାରବାର ବନ୍ଦ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 × 3 =