ଉଦଘାଟନ ହେଲା ‘ଅଟଳ ଟନେଲ’

ନୂଆଦିଲ୍ଲୀ() ହିମାଚଳ ପ୍ରଦେଶରେ ଆଜି ‘ଅଟଳ ଟନେଲ’ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକାର୍ପଣ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଛନ୍ତି । ପ୍ରାୟ ୧୦ ହଜାର ଫୁଟ ଉପରେ ନିର୍ମିତ ହୋଇଛି ଏହି ଟନେଲ । ଟନେଲ ନିର୍ମାଣ ଦ୍ୱାରା ଏଲଏସି ପର୍ଯ୍ୟନ୍ତ ଯିବା ଆହୁରି ସହଜ ହୋଇଛି । ଏହା ଯୋଗୁଁ ମନାଲୀ ଓ ଲେହ ମଧ୍ୟରେ ୪୮ କିଲୋମିଟରର ରାସ୍ତା ହ୍ରାସ ପାଇବ । ୧୦ ବର୍ଷ ଭିତରେ ଏହି ଅଟଳ ଟନେଲ ପ୍ରସ୍ତୁତ ହୋଇଛି । ତେବେ ଏହି ଅଟଳ ଟନେଲ ହିମାଚଳର ରୋହତାଙ୍ଗରେ ରହିଛି । ଅଟଳ ଟନେଲର ଉଦଘାଟନ ପରେ ଏହା ବିଶ୍ୱର ସମୁଠାରୁ ଦୀର୍ଘ ହାଇୱେ ଟନେଲ ଭାବେ ଗଣାଯାଇଛି ।

Share

Leave a Reply

Your email address will not be published. Required fields are marked *

7 − 3 =