ଦେଶରେ ପ୍ରତିଷ୍ଠା ହେବ ୫୫୧ ଅକ୍ସିଜେନ ପ୍ଲାଣ୍ଟ୍

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଅକ୍ସିଜେନ ସଙ୍କଟକୁ ଟାଳିବା ପାଇଁ କେନ୍ଦ୍ର ସରକାର ଆଜି ବଡ ନିଷ୍ପତି ନେଇଛନ୍ତି । ଦେଶରେ ପ୍ରତିଷ୍ଠା ହେବ ୫୫୧ ଅକ୍ସିଜେନ ପ୍ଲାଣ୍ଟ୍ । ଦେଶର ବିଭିନ୍ନ ଜନସ୍ବାସ୍ଥ୍ୟ କେନ୍ଦ୍ରରେ ୫୫୧ଟି ‘ପ୍ରେସର୍‌ ସ୍ବିଙ୍ଗ୍‌ ଆଡ୍‌ସର୍ପସନ୍‌’ (ପିଏସ୍‌ଏ) ସ୍ଥାପନ ନିମନ୍ତେ ‘ପିଏମ୍‌ କେୟାର୍ସ ଫଣ୍ଡ୍‌’ରୁ ଅର୍ଥ ମଞ୍ଜୁର କରାଯାଇଥିବା କଥା ଜଣାପଡ଼ିଛି। ଯେତେ ଶୀଘ୍ର ସମ୍ଭବ ଏହି ପ୍ଲାଣ୍ଟ୍‌ ସବୁକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦେଶ ଦେଇଛି। ଏହି ପ୍ଲାଣ୍ଟ୍‌ ସବୁ ଜିଲ୍ଲାସ୍ତରରେ ଅକ୍ସିଜେନ୍‌ ମିଳିବାରେ ସୁବିଧା କରାଇବ।

ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନାମାନଙ୍କରେ ‘ପିଏସ୍‌ଏ ଅକ୍ସିଜେନ୍‌ ଜେନେରେସନ୍‌ ପ୍ଲାଣ୍ଟ୍‌’ ସ୍ଥାପନ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ‌ ହେଉଛି ଜନସ୍ବାସ୍ଥ୍ୟ ବିଭାଗକୁ ଆହୁରି ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ହସ୍ପିଟାଲ୍‌ରେ ଅକ୍ସିଜେନ୍ ପ୍ରସ୍ତୁତି ସୁବିଧା ରହିଛି ବୋଲି ସୁନିଶ୍ଚିତ ହେବା। ଏହାଦ୍ବାରା ଡାକ୍ତରଖାନା ଏବଂ ଜିଲ୍ଲାରେ ଦୈନନ୍ଦିନ ଦରକାର ହେଉଥିବା ଅକ୍ସିଜେନ୍‌ ଆବଶ୍ୟକତା ପୂରଣ କରିବା।ଏଥିସହ ‘ଲିକ୍ୟୁଇଡ୍‌ ମେଡିକାଲ୍‌ ଅକ୍ସିଜେନ୍‌’ ମଧ୍ୟ ‘କ୍ୟାପ୍ଟିଭ୍ ଅକ୍ସିଜେନ୍‌ ଜେନେରେସନ୍‌’ ବ୍ୟବସ୍ଥା ପୂରଣ କରିବାରେ ସହାୟକ ହେବ।

ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଏହି ପ୍ଲାଣ୍ଟ୍‌ଗୁଡ଼ିକ ଚିହ୍ନିତ ସରକାରୀ ଡାକ୍ତରଖାନାମାନଙ୍କରେ ସ୍ଥାପନ କରାଯିବ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଜରିଆରେ ଅକ୍ସିଜେନ୍‌ ଯୋଗାଡ଼ କରାଯିବ।

Share

Leave a Reply

Your email address will not be published. Required fields are marked *

four + two =