୬ରୁ ଖୋଲିବ ଖଣ୍ଡଗିରି

ଭୁବନେଶ୍ୱର() କରୋନା ପାଇଁ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ଏଏସଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଖଣ୍ଡଗିରି, ଉଦୟଗିରି ଗୁମ୍ଫା,ଧଉଳି ଅଶୋକ ଶିଳାଲେଖ, ରାଜାରାଣୀ ମନ୍ଦିର,ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର ଓ ଅସୁରଗଡ଼ ଦୁର୍ଗ ଖୋଲିବ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କୋଣାର୍କ ସୂର୍ୟ୍ୟମନ୍ଦିର ଖୋଲିବ ନାହିଁ । ପୁରୀ ଜିଲ୍ଲା ପ୍ରଶାସନର କଟକଣା ଥିବାରୁ କୋଣାର୍କ ମନ୍ଦିର ଖୋଲିବ ନାହିଁ ।

Share

Leave a Reply

Your email address will not be published. Required fields are marked *

4 + 15 =