ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ

ଭୁବନେଶ୍ୱର()  ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାରେ ଏକ ବଡ଼ ଖବର ଆସିଛି ।  ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ପକ୍ଷରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ ଜାରି କରାଯାଇଛି ।  ଡିସେମ୍ବର ୧୦ରେ ହାଜର ହେବାକୁ କୋର୍ଟ ଏହି ନୋଟିସ କରିଛନ୍ତି ।  ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି କୋର୍ଟ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ ଜାରି କରିଛନ୍ତି ।  ବର୍ଷାଙ୍କୁ ନୋଟିସ  ହୋଇଥିବା ନେଇ ଅନୁଭବଙ୍କ ଓକିଲ ସୂଚନା ଦେଇଛନ୍ତି ।  ଏଥିସହ  ଡିସେମ୍ବର ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।  ପ୍ରକାଶ ଯେ, ବର୍ଷାଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − one =