ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ପଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ପୁରୀ () ଏଣିକି ବସ୍ତିବାସିନ୍ଦାଙ୍କୁ ମିଳିବ ସ୍ଥାୟୀ ଜମି ପଟା| ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଆଜି ପୁରୀରେ ଭୂମୀହୀନଙ୍କୁ ଜମି ପଟା ବଣ୍ଟିଛନ୍ତି । ଗରିବ ବସ୍ତିବାସିନ୍ଦାଙ୍କୁ ନିଜସ୍ବ  ଭୂମି ପଟା ପ୍ରଦାନ କରିବା ଲକ୍ଷ୍ୟରେ କିଛି ଦିନ ପୂର୍ବେ ଗଂଜାମ ଜିଲ୍ଲାରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା ।| କେବଳ ସେତିକି  ନୁହେ ବରିଷ୍ଠ ନାଗରିକଙ୍କ ପାଇଁ ଅଷ୍ଟମ ତୀର୍ଥଯାତ୍ରାର ଶୁଭଉଦଘାଟନ କରିଛନ୍ତି | ଆଗାମୀ ଦିନରେ ଆହୁରି  ଅନେକ ଯୋଜନା ଲୋକାଭିମୁଖୀ  କରିବାକୁ ଥିବା ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଜମି ପାଇଥିବା ହିତାଧିକାରୀ ଏହାକୁ ସ୍ବାଗତ କରିଛନ୍ତି  |

ମୁଖ୍ୟମନ୍ତ୍ରୀ ପୁରୀ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିଅମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଭୂମିଅଧିକାର ତଥା ଜାଗାର ସ୍ଥାୟୀ ପଟା ପ୍ରଦାନ କରିଛନ୍ତି | ପୁରୀ ଜିଲ୍ଲା ସମେତ 9ଟି ଜିଲ୍ଲାରେ  ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ରାଜ୍ୟ  ସରକାର| ଆଜି 6500ବସ୍ତି ବାସିନ୍ଦାଙ୍କ  ପ୍ରାଥମିକ ଭାବରେ ଜମି ପଟା ପ୍ରଦାନ କରାଯାଇଛି | ସେହିଭଳି କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ 594 ହିତାଧିକାରୀଙ୍କ ମଧ୍ୟରୁ 187ଜଣଙ୍କୁ ଭୂଅଧିକାର ପ୍ରଦାନ କରାଯାଇଛି । ଯୋଜନା ଅନୁଯାୟୀ ଆଗମୀ ଦିନରେ ରାଜ୍ୟର 2500 ବସ୍ତିରେ ବସବାସ କରୁଥିବା 10 ଲକ୍ଷ ବସ୍ତିବାସିନ୍ଦାଙ୍କୁ  ସ୍ଥାୟୀ ପଟା ବଣ୍ଟନ କରାଯିବ| ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ କ୍ୟାବିନେଟ ଶହେ କୋଟି ଟଙ୍କା ମଂଜୁର କରିଛନ୍ତି । ଏହି ଯୋଜନାରେ ହିତାଧୀକାରୀଙ୍କୁ ସରକାର ଏଲଇଡି ଲାଇଟ, ଘର, ପାଇଖାନା ପ୍ରଦାନ କରିବେ ।

ଅନ୍ୟପଟେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଟିଟଲାଗଡ  ରୁ ହୃଷିକେଶ  ଓ ହରିଦ୍ବାର ବାହାରୁଥିବା  ତୀର୍ଥ ଯାତ୍ରା ଟ୍ରେନର ଉଦଘାଟନ  କରିଛନ୍ତି | ଏହି କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ବେଶ ଖୁସି ପ୍ରକଟ କରିଥିଲେ | ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଇଣ୍ଡୋର ଷ୍ଟାଡିଅମ  ଠାରେ ଜନ ସେବା ନିମନ୍ତେ   ଏକ ଭବ୍ୟ ମଂଚ ପ୍ରସ୍ତୁତି ସହ ପ୍ରାୟ 10ହଜାର ରୁ ଉର୍ଧ ଲୋକ ଯୋଗଦେଇଥିଲେ | ନେତା ଓ ମନ୍ତ୍ରୀଙ୍କ  ଉଦବୋଧନ ପରେ  ଗରିବ ଓ ଭୂମିହୀନ  ବସ୍ତିବାସିନ୍ଦାଙ୍କୁ  ମୁଖ୍ୟମନ୍ତ୍ରୀ ନିଜେ ଜମିପଟା  ବଣ୍ଟନ କରିଥିଲେ | ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି   ପଦକ୍ଷେପ କୁ ହିତାଧିକାରୀ ମାନେ ପ୍ରଶଂସା କରିଥିଲେ |

Share

Leave a Reply

Your email address will not be published. Required fields are marked *

one + 15 =