ଆଇସିୟୁରେ ଶବାନା ଆଜମୀ

ମୁମ୍ବାଇ() ଆଇସିୟୁରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ଅଭିନେତ୍ରୀ ଶବାନା ଆଜମୀ ।ଏବେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଅଛନ୍ତି। ତାଙ୍କୁ ଦେଖିବାକୁ ସେଠାକୁ ବଲିଉଡ୍ ଇଣ୍ଡଷ୍ଟ୍ରୀର ବହୁ ସେଲେବ୍ରିଟି ଯାଉଛନ୍ତି। ଗତକାଲି ଅଭିନେତା ତଥା ଫିଲ୍ମ ନିର୍ମାତା ସତୀଶ କୌଶିକ ତାଙ୍କୁ ଦେଖିବାକୁ ଯାଇଥିଲେ।

ହସ୍ପିଟାଲ୍ରେ ଶବାନାଙ୍କୁ ଦେଖି ଫେରିବା ପରେ ସତୀଶ କହିଛନ୍ତି, “ଶବାନା ଏବେ ଆଇସିୟୁରେ ଅଛନ୍ତି। ମୁଁ ତାଙ୍କୁ ଗତକାଲି ରାତି ୧୦ଟା ବେଳେ ଦେଖିବାକୁ ଯାଇଥିଲି। ହେଲେ ତାଙ୍କ ସହ କଥା ହୋଇପାରିଲି ନାହିଁ। ତାଙ୍କୁ ଆଖି ପାଖରେ ଆଘାତ ଲାଗିଛି। ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ତାଙ୍କୁ ଡାକ୍ତରଙ୍କ କଡ଼ା ନିରୀକ୍ଷଣରେ ରଖାଯିବ। ସେ ଶୀଘ୍ର ଠିକ୍ ହୋଇଯିବେ।’ ସୂଚନା ଅନୁଯାୟୀ, ଶବାନାଙ୍କ ବେକରେ ବି ଜୋରରେ ଆଘାତ ଲାଗିଛି।

ସୂଚନାଅନୁସାରେ, ଶନିବାର ମୁମ୍ବାଇ-ପୁନେ ଏକ୍ସପ୍ରେସ୍ୱେର ଖାଲାପୁର ଟୋଲ୍ ପ୍ଲାଜା ନିକଟରେ ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ କାର୍ ଏକ ଟ୍ରକ୍ ପଛରେ ଜୋରରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ଶବାନାଙ୍କ ସହିତ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

16 + eighteen =