ସାତକୋଶିଆରେ ମହାବଳ ମୃତ୍ୟୁ

ସାତକୋଶିଆରେ ଆଖି ବୁଜିଲା ମହାବଳ ମହାବୀର । ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଆସିଥିବା ବାଘର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୁଣ୍ଡରେ ଇନଫେକ୍ସନ କାରଣରୁ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ରେଞ୍ଜର ସୀମାନ୍ତ କୋର୍ ଏରିଆରେ ଠାବ ହୋଇଛି ମୃତଦେହ । ମହାବୀର ଦେହରେ ଲାଗିଥିବା ରେଡିଓ କଲାରରୁ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେମିତି ମଲା ମହାବଳ ? କଣ ହୋଇଥାଇପାରେ କାରଣ ? ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି ଓ୍ଵାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଆସିବା ପରେ ମହାବୀରର ବ୍ୟବଛେଦ କରାଯିବ । ଅନୁଧ୍ୟାନ କରିବା ପରେ ସ୍ପଷ୍ଟ ହେବ ମହାବଳ ମୃତ୍ୟୁର କାରଣ । ଗତ ଜୁନ୍ ୪ ତାରିଖରେ ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ କାହ୍ନା ଅଭୟାରଣ୍ୟରୁ ଆସିଥିଲା ମହାବଳ ମହାବୀର । ଏହାପରେ ବାଘୁଣୀ ସୁନ୍ଦରୀକୁ ବି ଅଣାଯାଇଥିଲା । ଏବେ ମହାବୀରର ମୃତ୍ୟୁ ପରେ ସାତକୋଶିଆରେ ବ୍ୟାଘ୍ର ସଂରକ୍ଷଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

4 × 4 =