ଟିକେଟ୍ ନମିଳିବାରୁ ଭଙ୍ଗାରୁଜା

କଳିଙ୍ଗ୍ ଷ୍ଟାଡିୟମରେ ଟିକେଟ୍ ପାଇଁ ଉତ୍ତେଜନା । ଟିକେଟ୍ ପାଇବା ପାଇଁ ଲୋକେ ଘଂଟା ଘଂଟା ଅପେକ୍ଷା କରିଥିଲେ ହେଲେ ଟିକେଟ ମିଳିନଥିଲା । ଟିକେଟ୍ ନପାଇବାରୁ ୯ନମ୍ବର ଗେଟ୍ ନିକଟରେ ଥିବା ଟିକେଟ୍ କାଉଁଟର ଭଙ୍ଗାରୁଜା କଲେ ହକିପ୍ରେମୀ । ଅବସ୍ଥା ଅଣାୟତ ହେବାରୁ ପୋଲିସ ହାଲକା ଲାଠିଚାର୍ଜ ମଧ୍ୟ କରିଥିଲା । ହକି ବିଶ୍ୱକପ ଉଦଘାଟନୀ ମ୍ୟାଚ ଦେଖିବା ପାଇଁ ଆଜି ଟିକେଟ ମିଳିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ସେଥିପାଇଁ ଟିକେଟ୍ ପାଇଁ ଗତରାତିରୁ ବହୁ ସଂଖ୍ୟାରେ ଦର୍ଶକ ଅପେକ୍ଷା କରିଥିଲେ । ହେଲେ ଟିକେଟ୍ ନପାଇବାରୁ ଉତ୍ତେଜନା ପ୍ରକାଶ ପାଇଛି । ହକି ବିଶ୍ୱକପକୁ ନେଇ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ଟିକେଟ୍ ନମିଳିବାରୁ ଦର୍ଶକ ଅସନ୍ତୁଷ୍ଟ ହୋଇଛନ୍ତି ।
ସୂଚନାଯୋଗ୍ୟ ହକି ନିଶା ଏମିତି ଯେ, ଗତ ରାତିରୁ କଳିଙ୍ଗ ଷ୍ଟାଡିୟମ୍ ୯ ନମ୍ବର ଗେଟ୍ ପାଖରେ ଧାଡ଼ିରେ ବସିଥିଲେ ଅନେକ ଯୁବକ । ଶୀତରେ ଘୋଡ଼େଇ ହୋଇ କାଉଁଟର ସାମ୍ନାରେ ଶୋଇ ରହି ଜାଗା ମାଡ଼ି ବସିଥିବା ଦେଖିବାକୁ ମିଳିଥିଲା । ହକି ବିଶ୍ବକପର ଉଦଘାଟନୀ ଉତ୍ସବକୁ ଉପଭୋଗ କରିବା ପାଇଁ ଗତକାଲି ୯ନମ୍ବର ଗେଟ୍ ସମ୍ମୁଖ ୮ଟି ଲାଇନରେ ଶହଶହ ଯୁବକ ବସି ରହିଥିଲେ । ବିଳମ୍ବିତ ରାତି ପର୍ୟ୍ୟନ୍ତ ମଧ୍ୟ ସେଇ ସ୍ଥାନକୁ କ୍ରୀଡ଼ାପ୍ରେମୀଙ୍କର ସୁଅ ଛୁଟିଥିଲା ।
ଆସନ୍ତା ୨୭ ତାରିଖରେ ଶାହରୁଖ୍ ଖାନଙ୍କୁ ଦେଖିବେ ଏବଂ ଏଆର୍ ରହେମାନଙ୍କ ସଂଗୀତ ଶୁଣିବା ପାଇଁ ଏପରି ଭିଡ଼ ପରିଲକ୍ଷିତ ହୋଇଛି । ଏଥିସହ ୧୮୦୦ କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଦେଖିବାକୁ ମିଳିବ ବୋଲି ଘୋଷଣା ହେବାନେଇ ମଧ୍ୟ ଘୋଷଣା ହୋଇଛି ।

Share

Leave a Reply

Your email address will not be published. Required fields are marked *

three × 1 =