ବିଜେଡି ଗଡରେ କଂଗ୍ରେସକୁ ଆକ୍ରମଣ

ବାରିପଦା () ସଂଘର୍ଷପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରିପଦାରେ କଂଗ୍ରେସ ଉପରେ ବର୍ଷିଛନ୍ତି । ଅଗସ୍ତା ୱେଷ୍ଟଲାଣ୍ଡ ହେଲିକ୍ୟାପ୍ଟର ଡିଲ ନେଇ କଂଗ୍ରେସକୁ କଟୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ବିଜେପିର ବିକାଶ ଏଜେଣ୍ଡା ଥୋଇ ରାଜ୍ୟ ସରକାରଙ୍କ ବିଫଳତାକୁ ଦେଖାଇବାକୁ ଚେଷ୍ଟା କରିଥିଲେ । ବାରିପଦାରେ ଦଳର ଜବାବ ମାଗୁଛି ଓଡିଶା ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂରା କଂଗ୍ରେସ ପାର୍ଟି ଅଗସ୍ତା ୱେଷ୍ଟଲାଣ୍ଡ ଡିଲର ମଧ୍ୟସ୍ତି ଖ୍ରିଷ୍ଟିଆନ ମାଇକେଲ ପାଇଁ କାମ କରୁଥିଲେ । କଂଗ୍ରେସ ପାର୍ଟି ଏହି ଡିଲର ଫାଇଲର ସଂପୁର୍ଣ୍ଣ ଗତିବିଧିକୁ ଟ୍ରାକ କରୁଥିଲେ ଏବଂ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମାଇକେଲକୁ ପ୍ରଦାନ କରୁଥିଲେ । ଏଥିସହିତ ସେ ସ୍ପଷ୍ଟ କରିଥିଲେ ଯେ, ତଦନ୍ତକାରୀ ସଂସ୍ଥା ଓ ଦେଶବାସୀ ଏହି ଡିଲରେ ମଧ୍ୟସ୍ଥିଙ୍କୁ ସହଯୋଗ କରୁଥିବା ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବେ ।

ବାରିପଦାରେ ଏକାଧିକ ଚାଲୁରହିଥିବା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ପାଇଁ ଗତ 15 ଦିନ ମଧ୍ୟରେ ଏହା ମୋଦିଙ୍କ ଦ୍ବିତୀୟ ଓଡିଶା ଗସ୍ତ । ଏହି ଅବସରରେ ସେ ପୁଣି ଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରି ବାଜପେୟୀଙ୍କ ଓଡିଶା ପ୍ରତି ରହିଥିବା ଆନ୍ତରିକତା ପ୍ରସଙ୍ଗ ଉଠାଇ ଭୋଟରଙ୍କ ଭାବାବେଗକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + five =