ଦୈନିକ ବିଳମ୍ବିତ ରାତିରେ ଖାଦ୍ୟ ଖାଉଛନ୍ତି କି? ସାବଧାନ…

ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଶୈଳି ପୂର୍ବପେକ୍ଷା ବହୁତ ବଦଳି ଯାଇଛି। ଏପରିକି ବିଳମ୍ବିତ ରାତି ପର୍ୟ୍ୟନ୍ତ ନଶୋଇ ଲ୍ୟାପଟପ ଏବଂ ମୋବାଇଲରେ ବସି କାମ କରିଥାନ୍ତି ସମସ୍ତ ବ୍ୟକ୍ତି। ଯାହାଫଳରେ ଦୈନନ୍ଦିନ ଜୀବନର ପ୍ରତ୍ୟେକ କାର୍ୟ୍ୟର ସମୟ କିଛି ଠିକ୍ ରହିନଥାଏ। ଖାଇବା ପିଇବାର ମଧ୍ୟ କୌଣସି ସମୟ ସୀମା ରହିନଥାଏ। ଯାହା ଫଳରେ ଅନେକ ରୋଗର ସାମ୍ନା କରିବାକୁ ପଡ଼ିଥାଏ।
ପୁରାତନ କାଳରେ ଲୋକ ସକାଳୁ ଶୀଘ୍ର ଉଠିବା ସହ ରାତିରେ ଶୀଘ୍ର ଶୋଉଥିଲେ। ଯାହା ଫଳରେ ତାଙ୍କ ଦୈନନ୍ଦିନ ଜୀବନରେ ସମସ୍ତ କାମ ସଠିକ୍ ସମୟରେ ହେବା ସହ ଶରୀର ମଧ୍ୟ ସୁସ୍ଥ ରହୁଥିଲା। କିନ୍ତୁ ଏବେ ପ୍ରାୟ ସମସ୍ତ ବ୍ୟକ୍ତି ବିଳମ୍ବିତ ରାତିରେ ଅଥବା ବିନା ଖାଦ୍ୟଖାଇ ଶୋଉଛନ୍ତି। ଯାହାଫଳରେ ଖାଇବା ସମୟ ବଦଳିବା ସହ ବିଭିନ୍ନ ପ୍ରକାର ରୋଗବ୍ୟଧିର ସାମ୍ନା ହେବାକୁ ପଡ଼ୁଛି। ସୁସ୍ଥ ଜୀବନ ପାଇଁ ସଠିକ୍ ସମୟ ଖାଇବା ସହ ଦୈନନ୍ଦିନ କାର୍ୟ୍ୟ ସମସ୍ତ ସଠିକ୍ ସମୟରେ କରିବା ଉଚିତ୍। ଆସନ୍ତୁ ଜାଣିବା ରାତି ସମୟରେ ବିଳମ୍ବରେ ଖାଦ୍ୟ ଗ୍ରହଣ କରିବା ଦ୍ବାରା କେଉଁ ଅସୁବିଧା ଭୋଗିବାକୁ ପଡ଼ିଥାଏ।
-ବିଳମ୍ବିତ ରାତିରେ ଖାଦ୍ୟ ଗ୍ରହଣ କରିବା ଦ୍ବାରା ତାହା ସଠିକ୍ ଭାବେ ହଜମ ହେଇନଥାଏ। ଯାହା ଫଳରେ କୋଲେଷ୍ଟ୍ରଲ ବଢ଼ିବା ସହ ହୃଦରୋଗ ଆଦିର ସମସ୍ୟା ଦେଖାଦେଇଥାଏ। ଏହା ଛଡ଼ା ମୋଟାପଣ ବଢ଼ିବାର ଏକ ମୁଖ୍ୟ କାରଣ ହେଉଛି ବିଳମ୍ବରେ ରାତିରେ ଖାଇବା।
-ଖାଇବା ବିଳମ୍ବରେ ଗ୍ରହଣ କରିବା ଦ୍ବାରା ସଠିକ୍ ଭାବେ ନିଦ ହୋଇନଥାଏ। ଯାହାଦ୍ବାରା ଦିନ ତମାମ୍ ଥକା ଅନୁଭବ ହୋଇଥାଏ। ଏଣୁ ଯଦି ଥକା ଏବଂ ଚିନ୍ତା ମୁକ୍ତ ଜୀବନ ଚାହୁଁଛନ୍ତି ତେବେ ସଠିକ୍ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ।
-ଖାଇବା ପରେ ଭୁଲରେ ମଧ୍ୟ କୌଣସି କାମ କରନ୍ତୁ ନାହିଁ। ଏହା ଦ୍ବାରା ତାହାକୁ ହଜମ ପାଇଁ ସମୟ ମିଳିନଥାଏ। ଯାହା ଫଳରେ ରକ୍ତଚାପ ବଢ଼ିବା ଏବଂ କମିବା ଆଦି ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ।
-ଖାଇବା ପରେ ସାଧାରଣତଃ ବ୍ୟକ୍ତି ମିଠା ଖାଇବାକୁ ପସନ୍ଦ କରନ୍ତି। ଯାହା ଫଳରେ ମଧୁମେହ ଆଦିର ସମସ୍ୟା ଦେଖାଯାଇଥାଏ। ଏଣୁ ରାତିରେ ସଠିକ୍ ସମୟରେ ଖାଇବା ସହ ଏହାପରେ କିଛି ସମୟ ଚଲାବୁଲା ଅଭ୍ୟାସ ମଧ୍ୟ ରଖନ୍ତୁ।
-ଖାଇବାର ସମୟ ବଦଳିବା ମାତ୍ରେ ସଠିକ ପରିମାଣର ନିଦ ହୋଇନଥାଏ। ଯାହା ଫଳରେ ବିରକ୍ତିଭାବ ଜାତ ହେବା ସହ ମାନସିକ ବିରକ୍ତିଭାବ ଦେଖାଯାଇଥାଏ। ଏଣୁ ସଠିକ୍ ପରିମାଣର ସବୁବେଳେ ଖାଇବା ସହ ଶୋଇବାକୁ ଚେଷ୍ଠା କରନ୍ତୁ।

Share

Leave a Reply

Your email address will not be published. Required fields are marked *

twenty + 18 =