କାଳ ହେଲା ପରକୀୟା ପ୍ରୀତି

କଟକ: ସଟଡାଉନ୍ ରାତିରେ କଟକରେ ଘଟିଛି ହତ୍ୟା କାଣ୍ଡ ।କଲେଜ ଛକ ଅଞ୍ଚଳରେ ଶ୍ରମିକ ଭାବେ କାର‌୍ୟ୍ୟ କରି ରହୁଥିବା ସନାତନ ଦାସ ହତ୍ୟାକାଣ୍ଡର ଶୀକାର ହୋଇଥିବା ବେଳେ ମାଳତୀ ବିଶ୍ୱାଳ ନାମକ ଜଣେ ମହିଳା ଗୁରୁତର ହୋଇ ଏସସିବିରେ ଭର୍ତ୍ତି ହୋଇଛନ୍ତି । ପରକୀୟା ପ୍ରୀତିକୁ ନେଇ ମାଳତୀଙ୍କ ସ୍ୱାମୀ ସନାତନଙ୍କୁ ହତ୍ୟା କରିଥିବା ବେଳେ ମାଳତୀଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିବା ପୋଲିସ କହିଛି ।.ଘଟଣା ସ୍ଥଳରେ କଟକ ଡିସିପି ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।

ଦିନ ମଜୁରିଆ ଭାବେ କାମ କରୁଥିବା ସନାତନଙ୍କ ପାଖରେ ଆସି ରହୁଥିଲେ ମାଳତୀ । ସେ ତାଙ୍କ ସ୍ୱାମୀ କାଳିଆକୁ ଛାଡ଼ି ଏଠାରେ ରହୁଥିଲେ । ତେବେ ଶନିବାର ରାତିରେ କାଳିଆ ଆସି ଉଭୟଙ୍କୁ ଆକ୍ରମଣ କରିଥିଲା । ଧାରୁଆ ଛୁରୀରେ ଉଭୟଙ୍କୁ ଲହୁ ଲୁହାଣ କରି ପକାଇଥିଲା । ଘଟଣାସ୍ଥଳରେ ହିଁ ସନାତନଙ୍କ ମୃତ୍ୟୁ ହୋଇଥିଲା । ମାଳତୀଙ୍କ ଅବସ୍ଥା ଏବେ ସଙ୍କଟାପର୍ଣ୍ଣ ରହିଛି । ପୋଲିସ ଓ ସାଇଣ୍ଟଫିକ୍ ଟିମ୍ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − 13 =