କୋଣାର୍କ ଅଭାୟରଣ୍ୟରେ ନିଆଁ,୩ ଏକର ଜଙ୍ଗଲ ପୋଡି ପାଉଁଶ

କୋଣାର୍କ ଅଭୟାରଣ୍ୟର ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁରୁଜଙ୍ଗ ସେକ୍ସନ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛପଟେ ୩ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି। ଚମ୍ପାହର ଅଗ୍ନିଶମ କେନ୍ଦ୍ରର ୧୦ଜଣ ଅଗ୍ନିସମ କର୍ମଚାରୀ ଓ ବନବିଭାଗର ଦୁଇଜଣ କର୍ମଚାରୀ ୪ଘଣ୍ଟାଧରି ଅକ୍ଳାନ୍ତ ପରିଶ୍ରମ କରି ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି । ତେବେ କୁରୁଜଙ୍ଗ ସେକ୍ସନରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସିନଥିଜବା ସୂଚନା ମିଳିଛି। ସେଠାରେ ଜଙ୍ଗଲ ସୁରକ୍ଷା କମିଟି ଓ ବନବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖୁଥିୂବା ସୂଚନା ମିଳିଛି । କୁରୁଜଙ୍ଗ ସେକ୍ସନରେ ଗତକାଲି ରାତି ୧୦ଟା ସୁଦ୍ଧା ୭ ଏକରରୁ ଅଧିକ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି। ରାମଚଣ୍ଡୀ ଅଞ୍ଚଳରେ ପୋଡିଥିବା ଜଙ୍ଗଲ ରାଜସ୍ୱ ବିଭାଗ ଅଧୀନରେ ଥିୀବା ରେଞ୍ଜ ଅଫିସର ବେଣୁଧର ବେହେରା କହିଛନ୍ତି । ପ୍ରତିବର୍ଷ ଜଙ୍ଗଲରୁ କାଜୁ ସଂଗ୍ରହ ପରେ ଜଙ୍ଗଲରେ ନିଆଁ ଲାଗିଯାଉଥିବା ପରିଲକ୍ଷିତ ହେଉଛି ।କାଠମାଫିଆଙ୍କ ସହିତ ଜଙ୍ଗଲ ସୁରକ୍ଷା କମିଟି ଓ ବନବିଭାଗର ଭିତିରି ସଂପର୍କ ଏପରି ନିଆଁ ଲାଗିବାର ପ୍ରମୁଖ କାରଣ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

Share

Leave a Reply

Your email address will not be published. Required fields are marked *

fifteen − four =