ରାହୁଲ ସାହୁଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ରାହୁଲ ସାହୁଙ୍କ ଉପରେ ନିର୍ମାଣ ହେବ ଫିଲ୍ମ । ୧୦୪ ଘଣ୍ଟାର ଅପରେସନ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରାଯିବ । ଏନେଇ ଘୋଷଣା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ରାହୁଲ ବୋରୱେଲ ଗାତରେ ଫସିଥିବା ଘଟଣା ଏବଂ ଉଦ୍ଧାର କରିବା ସଂଘର୍ଷକୁ ଲୋକଙ୍କୁ ଅବଗତ କରାଯିବ । କିଭଳି ଉଦ୍ଧାରକାରୀ ଦଳ ରାହୁଲଙ୍କୁ ଉଦ୍ଧାର କରିବାକୁ ଦିନରାତି ଏକ କରିଥିଲେ ଏବଂ ଜୀବନକୁ ବାଜି ଲଗାଇ ରାହୁଲଙ୍କୁ ଉଦ୍ଧାର କରିଥିଲେ ସେସବୁକୁ ଦର୍ଶାଯିବ । ରାହୁଲଙ୍କ ଛୋଟ ବୟସରୁ ୧୦ ବର୍ଷ ହେବା ଯାଏଁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ । ବିଳାସପୁରରେ ଚିକିତ୍ସାଧୀନ ଥିବା ରାହୁଲଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି ।

Share

Leave a Reply

Your email address will not be published. Required fields are marked *

5 × 5 =